Advertisment

ବୈତରଣୀ ମୁହାଣରେ ଭାସୁଛି ତିମିର ମୃତଦେହ

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଭିତରକନିକା ଜାତୀୟ ଉଦ୍ୟାନ ଅହିରାଜପୁର ଜଙ୍ଗଲ ନିକଟ ବୈତରଣୀ ମୁହାଣରୁ ଏକ ବିରାଟକାୟ ତିମି ମାଛର ମୃତଦେହ ଉଦ୍ଧାର କରାଯାଇଛି। ମୃତ ତିମିର ଲମ୍ବ ପାଖାପାଖି ୩୦ ଫୁଟ୍ ହେବ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତିମିର ମୃତଦେହ ଉଦ୍ଧାର କରିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ତିମିଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ତିମିରମୃତଦେହ ଭାସୁଥିବା ଜଣାପଡ଼ିବା ପରେ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକ […]

author-image
Rakesh Mallick
ବୈତରଣୀ ମୁହାଣରେ ଭାସୁଛି ତିମିର ମୃତଦେହ

patakundai

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଭିତରକନିକା ଜାତୀୟ ଉଦ୍ୟାନ ଅହିରାଜପୁର ଜଙ୍ଗଲ ନିକଟ ବୈତରଣୀ ମୁହାଣରୁ ଏକ ବିରାଟକାୟ ତିମି ମାଛର ମୃତଦେହ ଉଦ୍ଧାର କରାଯାଇଛି। ମୃତ ତିମିର ଲମ୍ବ ପାଖାପାଖି ୩୦ ଫୁଟ୍ ହେବ।

Advertisment

ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତିମିର ମୃତଦେହ ଉଦ୍ଧାର କରିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ତିମିଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ତିମିରମୃତଦେହ ଭାସୁଥିବା ଜଣାପଡ଼ିବା ପରେ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକ ଏହାକୁ ଦେଖିବାକୁ ଭିଡ଼ ଜମାଇଥିଲେ।