/odisha-reporter/media/post_attachments/uploads/2018/10/tigreroooo.jpg)
tigreroooo
ବରଗଡ଼(ଦିପକ ଶର୍ମା): ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟର ଖଜୁରିଆ ଓ ଦାମୋଦର ପଡ଼ା ଗ୍ରାମ ସୀମାନ୍ତ ଜଙ୍ଗଲରୁ ଏକ ବାଘର ମୁଣ୍ଡ ବିହୀନ ଗଳିତ ମୃତଦେହ ଠାବ କରାଯାଇଛି।
Advertisment
ମିଳିଥିବା ସୂଚନା ମୁତାବକ ମୃତଦେହଟି ଏକ ମହାବଳ ବାଘର ବୋଲି ଜଣାପଡ଼ିଛି। ଭୁବନେଶ୍ୱର ବନ୍ୟଜନ୍ତୁ ବିଭାଗର ତିନି ଜଣିଆ ଟିମ୍ ଏହାକୁ ଉଦ୍ଧାର କରିଛନ୍ତି।
ମୃତ ମହାବଳବାଘର ମୁଣ୍ଡ ନ ଥିବା ବେଳେ ଚାରି ଗୋଡ଼ର ନଖ କଟାଯାଇଥିବା ଜଣାପଡ଼ିଛି।
ଗତ ତିନିମାସ ତଳେ ବନ ବିଭାଗ ପକ୍ଷରୁ ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘକୁ ଚିହ୍ନଟ କରାଯାଇଥିଲା।
Advertisment
ତେବେ କେଉଁ କାରଣ ପାଇଁ ଏବଂ କିପରି ବାଘର ମୃତ୍ୟୁ ହେଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
