Advertisment

ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ

କୁଚିଣ୍ଡା(ଓଡ଼ିଶା ରିପୋର୍ଟର):ସମ୍ବଲପୁର ଜିଲ୍ଲା ବାମରା ବନାଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀ ଦ୍ୱୟ ଗୋଟିଏ ମାଈ ହାତୀ ହୋଇଥିବା ବେଳେ  ଗୋଟିଏ ଦନ୍ତାହାତୀ ହୋଇଥିବା ସୂଚନା ମିଳିଛି। ଗତକାଲି ହାତୀ ଦୁଇଟି କ୍ଷେତକୁ ଧାନ ଫସଲ ଖାଇବାକୁ ଆସିଥିଲେ। କ୍ଷେତରେ କୀଟ ନାଶକ ପଡ଼ିଥିବା ବେଳେ ହାତୀ ଦୁଇଟି ଏହି ଫସଲ ଖାଇଥିଲେ। ବିଷକ୍ରୀୟା ଯୋଗୁ ହାତୀ ଦୁଇଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତେବେ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ

elephant

କୁଚିଣ୍ଡା(ଓଡ଼ିଶା ରିପୋର୍ଟର):ସମ୍ବଲପୁର ଜିଲ୍ଲା ବାମରା ବନାଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀ ଦ୍ୱୟ ଗୋଟିଏ ମାଈ ହାତୀ ହୋଇଥିବା ବେଳେ  ଗୋଟିଏ ଦନ୍ତାହାତୀ ହୋଇଥିବା ସୂଚନା ମିଳିଛି।

Advertisment

ଗତକାଲି ହାତୀ ଦୁଇଟି କ୍ଷେତକୁ ଧାନ ଫସଲ ଖାଇବାକୁ ଆସିଥିଲେ। କ୍ଷେତରେ କୀଟ ନାଶକ ପଡ଼ିଥିବା ବେଳେ ହାତୀ ଦୁଇଟି ଏହି ଫସଲ ଖାଇଥିଲେ। ବିଷକ୍ରୀୟା ଯୋଗୁ ହାତୀ ଦୁଇଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତେବେ ହାତୀ ଦୁଇଟିର କିପରି ମୃତ୍ୟୁ ଘଟିଲା ପ୍ରକୃତ କାରଣ ଜଣାପଡ଼ି ନାହିଁ।  ଆଜି ସକାଳେ ହାତୀ ଦୁଇଟି ମରିପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।