Advertisment

ପୂର୍ବତନ ବିଇଓଙ୍କ ନାମରେ ଥାନାରେ ମାମଲା, ସରକାରୀ କ୍ୱାର୍ଟର୍ସରୁ ତାଡ଼ି ନେଇଗଲେ ଜିନିଷ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୂର୍ବତନ ବିଇଓ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ନାମରେ ଟାଉନ ଥାନାରେ ଏତଲା। ବହଲଦା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି ଏହି ଏତଲା ଦେଇଛନ୍ତି। ରାଇରଙ୍ଗପୁରରୁ ବଦଳି ହେବା ପରେ ସେ ରହୁଥିବା ସରକାରୀ କ୍ୱାର୍ଟର୍ସରୁ ପାଣି ପାଇପ୍, ବିଦ୍ୟୁତ୍ ସାମଗ୍ରୀ, ପାଣି ଟାଙ୍କି ଓ ଅନ୍ୟ ଜିନିଷ ପତ୍ର କାଢ଼ି ନେଇ ଯାଇଥିବା ଅଭିଯୋଗ ହୋଇଛି। ସେପଟେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଧିକ […]

ଅଦ୍ୟତନ ହୋଇଛି
ପୂର୍ବତନ ବିଇଓଙ୍କ ନାମରେ ଥାନାରେ ମାମଲା, ସରକାରୀ କ୍ୱାର୍ଟର୍ସରୁ ତାଡ଼ି ନେଇଗଲେ ଜିନିଷ

Beo

Advertisment

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୂର୍ବତନ ବିଇଓ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ନାମରେ ଟାଉନ ଥାନାରେ ଏତଲା। ବହଲଦା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି ଏହି ଏତଲା ଦେଇଛନ୍ତି। ରାଇରଙ୍ଗପୁରରୁ ବଦଳି ହେବା ପରେ ସେ ରହୁଥିବା ସରକାରୀ କ୍ୱାର୍ଟର୍ସରୁ ପାଣି ପାଇପ୍, ବିଦ୍ୟୁତ୍ ସାମଗ୍ରୀ, ପାଣି ଟାଙ୍କି ଓ ଅନ୍ୟ ଜିନିଷ ପତ୍ର କାଢ଼ି ନେଇ ଯାଇଥିବା ଅଭିଯୋଗ ହୋଇଛି।

Advertisment

ସେପଟେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି। ଘଟଣା ସମ୍ପର୍କରେ ପୂର୍ବତନ ବିଇଓ ଶ୍ରୀ ମହାଳିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କୁ ଦିଆଯାଇଥିବା ସରକାରୀ କ୍ୱାର୍ଟର୍ସ ଭାଙ୍ଗି ଯାଇଥିବା ଅବସ୍ଥାରେ ଥିଲା। ସେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି କ୍ୱାର୍ଟର୍ସ ମରାମତି କରିଛନ୍ତି। ତେଣୁ ବଦଳି ହେଲା ପରେ ଲଗାଇଥିବା ଜିନିଷ ପତ୍ର ଖୋଲି ନେଇ ଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe