/odisha-reporter/media/post_attachments/uploads/2016/03/clash-war-in-rambha.jpg)
clash-war-in-rambha
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବାଗଲପୁର ବାଉରୀ ସାହିରେ ରବିବାର ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଅମୀୟ ଦାସ। କୋଠଘର ଟଙ୍କାକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଥିବା ସୂଚନା ମିଳିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଠଘର ଟଙ୍କା ଭାଗବଣ୍ଟାକୁ କେନ୍ଦ୍ର କରି ଆଜି ସାହିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଉଭୟ ପକ୍ଷ ପରସ୍ପରକୁ ବୋମା ଫିଙ୍ଗିବା ସହ ଖଣ୍ଡାରେ ଆକ୍ରମଣ ହୋଇଥିଲା। ଆହତ ୫ ଜଣଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି। ରମ୍ଭା ଥାନାଧିକାରୀ ଓ ଛତ୍ରପୁର ଏସଡିପିଓ ଗାଁରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
