ଏଠି ବିଲେଇ ମୁହଁ ଦେଖିଲେ ଶୁଭ, ଖରାଖାଇ ଗାଁର ନିଆରା କାହାଣୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଲୋକ ମାନେ ଘରୁ ବାହାରିଲେ ବିଲେଇ ଦେଖିଲେ ଅଶୁଭ ବୋଲି ଭାବନ୍ତି । କିନ୍ତୁ ଏମିତି ଗାଁ ଅଛି ଯେଉଁଠି ବିଲେଇ ଦେଖିଲେ ତାଙ୍କ ଦିନଟି ଭଲ ଯିବା ସହ ବେପାର ମଧ୍ୟ ଲାଭ ହୋଇଥାଏ । ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଧାମନଗର କରଦା ପଞ୍ଚାୟତ ଖରାଖାଇ ଗାଁରେ । ଗାଁ ଲୋକେ ମଧ୍ୟ ବିଶ୍ଵାସ ରଖନ୍ତି ଯେ ସକାଳୁ ବିଲେଇ ମୁହଁ ଦେଖିବା ଶୁଭ , ସକାଳୁ ବିଲେଇ ଦେଖିଲେ […]

89076

Tapas Behera
  • Published: Tuesday, 10 November 2020
  • , Updated: 10 November 2020, 06:19 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ଲୋକ ମାନେ ଘରୁ ବାହାରିଲେ ବିଲେଇ ଦେଖିଲେ ଅଶୁଭ ବୋଲି ଭାବନ୍ତି । କିନ୍ତୁ ଏମିତି ଗାଁ ଅଛି ଯେଉଁଠି ବିଲେଇ ଦେଖିଲେ ତାଙ୍କ ଦିନଟି ଭଲ ଯିବା ସହ ବେପାର ମଧ୍ୟ ଲାଭ ହୋଇଥାଏ । ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଧାମନଗର କରଦା ପଞ୍ଚାୟତ ଖରାଖାଇ ଗାଁରେ । ଗାଁ ଲୋକେ ମଧ୍ୟ ବିଶ୍ଵାସ ରଖନ୍ତି ଯେ ସକାଳୁ ବିଲେଇ ମୁହଁ ଦେଖିବା ଶୁଭ , ସକାଳୁ ବିଲେଇ ଦେଖିଲେ ଦିନ ଭଲରେ କଟିଥାଏ । ଆଉ ବେପାର ମଧ୍ୟ ଖୁବ ଭଲ ହୁଏ । କରଦା ପଞ୍ଚାୟତ ଖରାଖାଇ ଗାଁରୁ ଏପରି ବିଶ୍ଵାସର କାହାଣୀ ରହିଛି । ଗାଁରେ ଗୋଟିଏ ବିଲେଇରୁ ୨୨ଟି ବିଲେଇ ପାଳୁଛନ୍ତି ଜଣେ ବ୍ୟକ୍ତି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ପଞ୍ଚାୟତ ଖରାଖାଇ ଗାଁର ଉଦ୍ଧବ ସାହୁ ।  ବୟସର ଅପରାହ୍ନରେ ବିଲେଇଙ୍କ ପ୍ରତି ଭଲ ପାଇବା ତାଙ୍କର କିଛି କମ୍ ନୁହେଁ । କିଛି ଦିନ ପୂର୍ବେ ଗୋଟିଏ ବିଲେଇ ପାଳି ଥିଲେ, ଏବେ ସେହି ସଂଖ୍ୟା ବଢି ୨୨ରେ ପହଞ୍ଚିଲାଣି । ସବୁ ବିଲେଇଙ୍କ ନାମ ଦେଇଛନ୍ତି ଉଦ୍ଧବ । କାହା ନାମ ବଡ କଳାବଦନ, କୁଚୁରୀ ବେଲୁନୁ ତ କାହାର ନାମ କାଞ୍ଚି । ଏମିତି ୨୨ ବିଲେଇଙ୍କର ୨୨ ନାମ । ସମସ୍ତଙ୍କ ପାଇଁ ପ୍ରତ୍ୟକ ଦିନ ମାଛ ରନ୍ଧା ଯାଏ । ସେ ସବୁଦିନ ସକାଳେ, ଅପରାହ୍ଣରେ ଓ ରାତିରେ ଏହି ବିଲେଇ ମାନଙ୍କୁ ଖାଇବାକୁ ଦିଅନ୍ତି । ରନ୍ଧା ସରିଲେ ଉଦ୍ଧବଙ୍କ ଡାକ ଶୁଣି ଦଉଡି ଆସନ୍ତି ବିଲେଇ ମାନେ । ସୁଧାର ପିଲାଙ୍କ ଭଳି ନିଜ ନିଜ ଥାଳି ପାଖରେ ବସ ପଡିନ୍ତି ଏମାନେ ।  ଖାଇବା ସରିଲେ ଘର ଭିତରେ ଶୁଆନ୍ତି ପୁଣି ଉଠି ସାରି ଉଦ୍ଧବଙ୍କ ସହ ବଜାର ବୁଲିବା ପାଇଁ ଯାଆନ୍ତି । ତେବେ ଉଦ୍ଧବ କୁହନ୍ତି ଯେ, ବିଲେଇ ମାଛ ଧରି ଘରକୁ ଆଣନ୍ତି । ଘରେ ସେମିତି କୌଣସି ଅସୁବିଧା କରନ୍ତି ନାହିଁ ।

ଖାଇବା ସମୟରେ ଖାଆନ୍ତି ଓ ଶୋଇବା ସମୟରେ ଶୋଇଥାନ୍ତି । ତାଙ୍କ ସହ ବଜାର ବୁଲନ୍ତି । ପୁଣି ବେଳେ ବେଳେ ମାଛ ଧରିବା ପାଇଁ ଗଲେ ସାଙ୍ଗରେ ଯାଆନ୍ତି ଆଉ ମାଛ ଧରି ଘରକୁ ଆସନ୍ତି । ଉଦ୍ଧବଙ୍କ ଗାଁ ଲୋକେ କୁହନ୍ତି  ବିଲେଇଙ୍କ ପାଇଁ କୌଣସି ଅସୁବିଧା ହୁଏନାହିଁ । କୌଣସି ପ୍ରକାରର ଅପରିଷ୍କାର ମଧ୍ୟ କରନ୍ତି ନାହିଁ । ଗାଁର ସାଇ ପଡିଶା ଓ ଛୋଟ ପିଲମାନେ ମଧ୍ୟ ଏହି ବିଲେଇକୁ ଦେଖି ବେଶ ଖୁସି ହେବା ସହ ବେଶ ପ୍ରଶଂସା କରିନ୍ତି ।

Related story