Advertisment

'ଆଉ ଏ କୋବି ତୋଳିବାନି,ଗୋରୁ ଚରେଇ ଦେବା'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଉଠି ଚଢ଼ା ଦର ତ ଆଉ କୋଉଠି ହାଉଯାଉ। ରାଜଧାନୀ ଭୁବନେଶ୍ୱରରେ ଆମେ ଅନେକ ସମୟରେ ଦେଖିଛେ ଟମାଟୋ, କଲରା, ପୋଟଳ, ଜହ୍ନି, ଭେଣ୍ଡି ଆଦି କଞ୍ଚା ପରିବା କେଜି ୭୦ ଟଙ୍କା ୮୦ ଟଙ୍କା ଏପରିକି ୧୦୦ଟଙ୍କାରୁ ଅଧିକ ମୂଲ୍ୟରେ ମଧ୍ୟ ବିକ୍ରି ହୁଏ। ଠିକ୍ ତା’ର ଓଲଟା କଥା ମଧ୍ୟ ଘଟେ। ଦିନ ଆସେ କେଜି ପ୍ରତି ୩ ଟଙ୍କା ୪ ଟଙ୍କାରେ ମଧ୍ୟ ଗ୍ରାହକ ନିଅନ୍ତିନି। ଫଳରେ ବୋଝ ବୋଝ […]

'ଆଉ ଏ କୋବି ତୋଳିବାନି,ଗୋରୁ ଚରେଇ ଦେବା'

k-new

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଉଠି ଚଢ଼ା ଦର ତ ଆଉ କୋଉଠି ହାଉଯାଉ। ରାଜଧାନୀ ଭୁବନେଶ୍ୱରରେ ଆମେ ଅନେକ ସମୟରେ ଦେଖିଛେ ଟମାଟୋ, କଲରା, ପୋଟଳ, ଜହ୍ନି, ଭେଣ୍ଡି ଆଦି କଞ୍ଚା ପରିବା କେଜି ୭୦ ଟଙ୍କା ୮୦ ଟଙ୍କା ଏପରିକି ୧୦୦ଟଙ୍କାରୁ ଅଧିକ ମୂଲ୍ୟରେ ମଧ୍ୟ ବିକ୍ରି ହୁଏ।

Advertisment

ଠିକ୍ ତା’ର ଓଲଟା କଥା ମଧ୍ୟ ଘଟେ। ଦିନ ଆସେ କେଜି ପ୍ରତି ୩ ଟଙ୍କା ୪ ଟଙ୍କାରେ ମଧ୍ୟ ଗ୍ରାହକ ନିଅନ୍ତିନି। ଫଳରେ ବୋଝ ବୋଝ ବିଲାତି ରାସ୍ତା ଉପରେ ଢଳା ହୁଏ।

publive-imageଏହି ଚିରାଚରିତ ସମସ୍ୟା ବର୍ଷାଧିକ କାଳ ଲାଗି ରହିଛି। ହେଲେ ସରକାର ଏହାର ସ୍ଥାୟୀ ସମାଧାନ କରୁ ନାହାନ୍ତି। ନିକଟରେ ଆମେ ଆଠଗଡ଼ ଦେଇ ଭୁବନେଶ୍ୱର ଫେରୁଥିବା ବେଳେ ପାଖରେ ଚଷାପଡ଼ା ଗାଁ ପଡ଼ିଲା। ରାସ୍ତା ଦୁଇ ପାର୍ଶ୍ୱରେ ବିନ୍, କୋବି, ବାଇଗଣ, କଣ୍ଟିଆଳି କାକୁଡି ଆଦି ବ୍ୟାପକ କଞ୍ଚା ପରିବା ଲାଗିଛି।

Advertisment

ରାସ୍ତାରେ ଦୁଇଜଣ ଚାଷୀ ସାଇକେଲ୍ ପେଲିପେଲି ସେଠୁ ୭/୮ କିମି ଦୂର ନୂଆ ହାଟ ଗଲାବେଳେ କହୁଥିଲେ ଆଉ ଏ କୋବି ତୋଳିବାନି। ଗୋରୁ ଚରେଇ ଦେବା। କିଏ ଓଳିଏ କମେଇ ହେଇ ଏଥିରେ ଲାଗିଥବ.....

ଆପଣ ଏଥିରୁ ଯାହା ବୁଝିବା କଥା ବୁଝନ୍ତୁ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe