ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷକର ନିରବତା ପରେ ପୁଣି ସିସୋର୍ ଚିଟ୍ଫଣ୍ଡ ଠକେଇ ମାମଲା ଓ ତାହାର ଏକ ପ୍ରମୁଖ ସୁରାକ୍ ଶୁଭଙ୍କର ନାୟକର ଡାଏରୀ ସଂପର୍କରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ସିସୋର୍ କେଳେଙ୍କାରୀର ମଧ୍ୟସ୍ଥ କୁହାଯାଉଥିବା ଶୁଭଙ୍କର ଡାଏରୀରୁ ହାସଲ ତଥ୍ୟ ସଂପର୍କରେ ତନାଘନା ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ ହୋଇ ପରେ ଜାମିନରେ ଆସିଥିବା ଜଣେ ଅଭିଯୁକ୍ତକୁ ସିବିଆଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିବା ସୂଚନା ମିଳିଛି। କେଉଁ କେଉଁ ଅଫିସର୍ ଏହି ମାମଲା ସହ ସମ୍ପୃକ୍ତ ସେ ନେଇ ଜେରା ହୋଇଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଏହି ଡାଏରୀରୁ ମାମଲା ସହିତ ୨ ବରିଷ୍ଠ ଆଇଏଏସ୍ ଓ ଜଣେ ଆଇପିଏସ୍ ଅଫିସର୍ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। କେବଳ ଏହି ୩ ଜଣ ନୁହନ୍ତି, ପ୍ରାୟ ୧୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ତନାଘନା ପାଇଁ ସିବିଆଇ ତଦନ୍ତ ଫାଇଲ୍ ଖୋଲିବ ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗୁଜରାଟରେ ଯୁବକଙ୍କୁ ମାରି ୱାଶିଂମେସିନରେ ଭର୍ତ୍ତି କରିଥିଲା, ଓଡ଼ିଶାରୁ ବନ୍ଧା ହେଲା ଅଭିଯୁକ୍ତ
ସପ୍ତାହେ ପରେ ଦୁର୍ଗନ୍ଧ ହେବାରୁ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥିସହ ମାମଲାର ଖୋଳତାଡ଼ କରି ମାସେ ପରେ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍।
Miscellaneous
ଘୁଷୁରିକୁ ମାରି ଖାଇଲା ବାଘୁଣୀ 'ଜିନତ୍'
ଗତକାଲି ରାତି ପ୍ରାୟ ୧୦ଟାରେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଛି।
Accident
କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ଲାଗିଲା ନିଆଁ
ବ୍ରେକ ବାଇଣ୍ଡିଂରୁ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି।
Accident
ମହାନଦୀକୁ ଡେଇଁ ପଡ଼ିଲେ ଯୁବକ
ଆଜି ସକାଳେ ଯୁବକ ଜଣଙ୍କ ହଠାତ୍ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ପଡ଼ିଥିଲେ।
Politics
ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ; କହିଲେ- ଓଡ଼ିଶା ପାଲଟିବ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ
ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।