Advertisment

ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ଼ (ବିଜୟ ବରୁଆ): ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର। ନିଜ ଅଧସ୍ତନ କର୍ମଚାରୀଙ୍କ ୬ ମାସର ବକେୟା ଦରମାର ବିଲ୍‌ କରି ଦେବା ପାଇଁ ସେ ଲାଞ୍ଚ ନେଉଥିଲେ। ଧରା ପଡ଼ିଥିବା ଏହି ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନାଁ ଉଜ୍ଜ୍ୱଳ କୁମାର। ସେ ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସରେ ନିଯୁକ୍ତ ହୋଇଛନ୍ତି। ଆଜି ସେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ସିବିଆଇ। ଭୁବନେଶ୍ୱରରୁ ଆସିଥିବା ସିବିଆଇର ଏକ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର

CBI-arrest

ସୁନ୍ଦରଗଡ଼ (ବିଜୟ ବରୁଆ): ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର। ନିଜ ଅଧସ୍ତନ କର୍ମଚାରୀଙ୍କ ୬ ମାସର ବକେୟା ଦରମାର ବିଲ୍‌ କରି ଦେବା ପାଇଁ ସେ ଲାଞ୍ଚ ନେଉଥିଲେ। ଧରା ପଡ଼ିଥିବା ଏହି ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନାଁ ଉଜ୍ଜ୍ୱଳ କୁମାର। ସେ ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସରେ ନିଯୁକ୍ତ ହୋଇଛନ୍ତି।

Advertisment

ଆଜି ସେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ସିବିଆଇ। ଭୁବନେଶ୍ୱରରୁ ଆସିଥିବା ସିବିଆଇର ଏକ ଟିମ୍‌ ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଧରିଥିଲା। ତାଙ୍କ ଠାରୁ ଲାଞ୍ଚ ଟଙ୍କା ବି ଜବତ ହୋଇଛି। ଅଧିକ ପଚରାଉଚରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ସହିତ ତାଙ୍କ ସୁନ୍ଦରଗଡ଼ ସ୍ଥିତ ଭଡ଼ା ଘରେ ଚଢ଼ାଉ କରାଯାଇଥିଲା। ସେ ଠୁଳ କରିଥିବା ସମ୍ପତ୍ତି ସହିତ ଅନ୍ୟାନ୍ୟ ତଥ୍ୟ ହାସଲ ନିମନ୍ତେ ସିବିଆଇ ଏହି ଚଢ଼ାଉ କରିଥିଲା। ତଲାସି ସରିବା ପରେ ଉଜ୍ଜ୍ୱଳ କୁମାରଙ୍କୁ ନେଇ ସିବିଆଇ ଭୁବନେଶ୍ୱର ଚାଲିଯାଇଥିବା ସୂଚନା ମିଳିଛି।