Advertisment

ସରିଲା ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସମୟ: ସି-ସୋର ମାମଲାର ତଦନ୍ତ ସାରି ପାରିଲାନି ସିବିଆଇ

ଭୁବନେଶ୍ୱର: ମେ’ ୩୧ ତାରିଖ ସୁଦ୍ଧା ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ ସାରିବାକୁ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ସିବିଆଇ ଏହି ମାମଲାର ତଦନ୍ତ ସାରି ପାରିନାହିଁ। ଅନ୍ୟପକ୍ଷରେ କୋର୍ଟ ହାଜିର ବେଳେ ସି-ସୋର ଗ୍ରୁପ୍‌ ମୁଖ୍ୟ ପ୍ରଶାନ୍ତ ଦାସ ଏବଂ ବ୍ରୋକର ଶୁଭଙ୍କର ନାୟକ ସିବିଆଇ ତଦନ୍ତରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ଭାଇ ପ୍ରଭାତ ଦାସଙ୍କ ଜାମିନ ଆବେଦନ ଉପରେ […]

author-image
Rakesh Mallick
ସରିଲା ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସମୟ: ସି-ସୋର ମାମଲାର ତଦନ୍ତ ସାରି ପାରିଲାନି ସିବିଆଇ

suvankar

ଭୁବନେଶ୍ୱର: ମେ’ ୩୧ ତାରିଖ ସୁଦ୍ଧା ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ ସାରିବାକୁ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ସିବିଆଇ ଏହି ମାମଲାର ତଦନ୍ତ ସାରି ପାରିନାହିଁ। ଅନ୍ୟପକ୍ଷରେ କୋର୍ଟ ହାଜିର ବେଳେ ସି-ସୋର ଗ୍ରୁପ୍‌ ମୁଖ୍ୟ ପ୍ରଶାନ୍ତ ଦାସ ଏବଂ ବ୍ରୋକର ଶୁଭଙ୍କର ନାୟକ ସିବିଆଇ ତଦନ୍ତରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ଭାଇ ପ୍ରଭାତ ଦାସଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୬ ମେ’ ଶେଷ ସୁଦ୍ଧା ମାମଲାର ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ପ୍ରଶାନ୍ତଙ୍କ ଜାମିନ ଆବେଦନ ବିଚାର ବେଳେ ଓଡ଼ିଶା ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତଦନ୍ତ ସାରିବାକୁ କହିଥିଲେ। ହେଲେ ତଦନ୍ତ ସାରି ଫାଇନାଲ ଚାର୍ଜସିଟ୍‌ ଦେବାରେ ସିବିଆଇ ବିଳମ୍ବ କରିଛି।

ଶୁଭଙ୍କର କହିଛନ୍ତି, “ସିବିଆଇକୁ ଅନୁରୋଧ କରୁଛି ଠିକଣା ବାଟରେ ତଦନ୍ତ କରନ୍ତୁ। ଅଯଥାରେ ଲୋକଙ୍କୁ ହତାଶ କରା ନ ଯାଉ। ଶୀଘ୍ର ତଦନ୍ତ ସାରି ପ୍ରକୃତ ସତ୍ୟ ପଦାକୁ ଆଣନ୍ତୁ।”

Advertisment

କେବଳ ସି-ସୋର ନୁହେଁ, ଚିଟଫଣ୍ଡ ମାମଲାରେ ସିବିଆଇ ୨ ବର୍ଷ ପରେ ମଧ୍ୟ ଏଯାଏଁ ତଦନ୍ତ ପରିସରଭୁକ୍ତ ୪୪ କମ୍ପାନୀଙ୍କ ମଧ୍ୟରୁ ୧୫ଟିର ତଦନ୍ତ ଆରମ୍ଭ କରିନାହିଁ। ଅନେକ ମାମଲାରେ ସପ୍ଲିମେଣ୍ଟ୍ରୀ ଚାର୍ଜସିଟ୍‌ ଦେଇପାରିଛି। ସିବିଆଇର ଏପରି ମନ୍ଥର ଗତିକୁ ଦେଖିଲେ ଚିଟ୍‌ଫଣ୍ଡ ତଦନ୍ତ ସରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।