Advertisment

Murder: ରାଜଧାନୀରେ ହତ୍ୟାକାଣ୍ଡ; ସତ କହିଦେଲା ସିସିଟିଭି

କଥା ଏଇଠି ସରୁନି, ପ୍ରଶ୍ନ ପୁଣି ଉଙ୍କି ମାରିଛି, ସେଇ ଦୁର୍ଘଟଣାଗ୍ରସ୍ତ ଗାଡିକୁ ନେଇ। ଯାହା ରାତିରେ ଏଇଠି ଥିଲା, ଆଉ ସକାଳୁ ଅନ୍ୟ ଗୋଟାଏ ଡ୍ରାଇଭର ହାତରେ ଗଲା ବେଳେ କେଦାରପଲ୍ଲୀ ବସ୍ତି ଉପରେ ଗଳି ପଡିଥିଲା।

CCTV
Advertisment

କଥାରେ ଅଛି, ସତ କେବେ ଲୁଚି ରହେନା। ପାତାଳରେ ଥିଲେ ବି ପାପର ଗନ୍ଧ ବାରିହୁଏ। ପାପୀ ମଣିଷ ଅଲବତ୍ ଧରାପଡେ। ଅପରାଧୀ ଯେତେ ବି ଚତୁର ହେଉନା କାହିଁକି, କୋଉଠି ନା କୋଉଠି ସୁରାକ ଛାଡିଯାଏ। ଠିକ୍ ଏଇ ସିସିଟିଭି ଫୁଟେଜ ଭଳିଆ। ହଁ, ଦର୍ଶକବନ୍ଧୁ ଆପଣ ଠିକ୍ ବାରିଛନ୍ତି। ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟା ଘଟଣାର ଏକ ଗୁରୁତ୍ୱପୂର୍ଣ୍ଣ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ କାହାଣୀର ୩ଟି ଯାକ ଚରିତ୍ର ଏହି ଭିଡିଓରେ ଅଛନ୍ତି। ଦୀନେଶ, ଲିଜା ଓ ସତ୍ୟବ୍ରତ।

Advertisment

କ’ଣ ଅଛି ସିସିଟିଭିରେ?

ଫେବ୍ରୁଆରୀ ୯ ତାରିଖ ରାତି ଗୋଟାଏ ୩୦ । ଜଣେ ଯୁବକ ରକ୍ତାକ୍ତ ହୋଇ ଦୌଡ଼ି ଯାଉଛନ୍ତି। ସେ ହେଉଛନ୍ତି ହତ୍ୟାର ଶିକାର ହୋଇଥିବା ପ୍ରେମିକ ସତ୍ୟବ୍ରତ ପ୍ରଧାନ। ବେକରେ ଗଭୀର କ୍ଷତ ଆଉ ପଛରେ ଭୟର ବାତାବରଣ। ଦଉଡୁଛନ୍ତି ଆଉ ପଛକୁ ବି ଚାହୁଁଛନ୍ତି। ହୁଏତ ସେ କାହାକୁ ଡରିଡରି ପ୍ରାଣ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ରାତିର କିଟିମିଟି ଅନ୍ଧାର ଭିତରେ ନିଳାଦ୍ରୀ ବିହାର ଅଞ୍ଚଳର ଏକ ନିସ୍ତବ୍ଧ ଗଳି ଭିତରୁ ସେ ଜୀବନ ବଞ୍ଚାଇ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଯାଉଛନ୍ତି।

ଆଉ ଏହାର ଠିକ୍ କିଛି ସମୟ ପରର ଆଉ ଗୋଟିଏ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଆକ୍ରମଣ ବେଳେ ଲିଜା ଆଉ ତାଙ୍କ ପ୍ରେମିକ ଦୀନେଶ ବି ଘଟଣାସ୍ଥଳରେ ଅଛନ୍ତି। ଏ ଦୌଡା ଦୌଡି ଭିତରେ ସେମାନେ ସତ୍ୟବ୍ରତଙ୍କୁ ପିଛା କରିଥାଇ ପାରନ୍ତି। କାରଣ ଘଟଣାର କିଛି ସମୟ ଭିତରେ ହିଁ ସତ୍ୟବ୍ରତ ରାସ୍ତାରେ ପଡି ଜୀବନ ହରାଇଥିବା ବେଳେ ଏ ଦୁଇଜଣ ବେଧଡକ୍ ଲେଉଟି ଆସୁଛନ୍ତି ସେଇ ଗଳି ବାଟଦେଇ। ଯେଉଁ ଗଳି ଦେଇ ଦୌଡି ଯାଇଥିଲେ ସତ୍ୟବ୍ରତ।

Advertisment

ରାତି ଗୋଟାଏ ୪୨ ।  ଆଗେ ଆଗେ ଧଳା ଟି ସର୍ଟ ଆଉ ଜିନ୍ସ ପିନ୍ଧି ଲିଜା ଯାଉଥିବା ବେଳେ ତାଙ୍କ ପଛରେ ଯାଉଛନ୍ତି ପ୍ରେମିକ ଦୀନେଶ। ତା’ମାନେ ଘଟଣାରେ ଏମାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଅଟକ ଥିବା ପାର୍ଲରବାଲି ପ୍ରେମିକା ଲିଜା ସତ ମାନୁ ନ ଥିବା ବେଳେ ଏ ଯାଏଁ ପୁଲିସ ପଞ୍ଝାରୁ ମୁକ୍ତ ଅଛି ଦୀନେଶ।

କଥା ଏଇଠି ସରୁନି, ପ୍ରଶ୍ନ ପୁଣି ଉଙ୍କି ମାରିଛି, ସେଇ ଦୁର୍ଘଟଣାଗ୍ରସ୍ତ ଗାଡିକୁ ନେଇ। ଯାହା ରାତିରେ ଏଇଠି ଥିଲା, ଆଉ ସକାଳୁ ଅନ୍ୟ ଗୋଟାଏ ଡ୍ରାଇଭର ହାତରେ ଗଲା ବେଳେ କେଦାରପଲ୍ଲୀ ବସ୍ତି ଉପରେ ଗଳି ପଡିଥିଲା। ତେବେ ରାତିରେ ଘଟଣା ଘଟିବା ପରେ ମାଲିକାଣୀ କେମିତି ଜାଣିଲେ, ଏହି ଜାଗାରେ ଘଟଣା ଘଟିଛି ବୋଲି ? ଆଉ ପୁଲିସକୁ ଖବର ନ ଦେଇ କ’ଣ ପାଇଁ ଗାଡି ନେଇ ଫେରାର ମାରୁଥିଲା ତାଙ୍କ ଡ୍ରାଇଭର, ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe