ଶ୍ରୀମନ୍ଦିରର ଭିତରକାଠରେ ଲାଗିବ ସିସିଟିଭି: ଏହି ସମୟରେ ରହିବ ଅଫ୍‌

ପୁରୀ(ମଧୁ ସୂଦନ ମିଶ୍ର ): ପୁରୀ ଶ୍ରୀମନ୍ଦିରରେ ସିସିଟିଭି ଜଗିବ ଭିତରକାଠ। ଶ୍ରୀମନ୍ଦିର ଭିତରକାଠରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜିଉଙ୍କ ଦର୍ଶନ ବେଳେ ସ୍ଥିତି ଜାଣିବାକୁ ସିସିଟିଭି ଲଗାଯିବ। ଶ୍ରୀଜିଉଙ୍କ ନୀତି ବେଳେ ସିସିଟିଭି ବନ୍ଦ ରହିବ। ସାଧାରଣ ଦର୍ଶନ ବେଳେ ଏହି ସିସିଟିଭିକୁ ଚାଲୁ କରାଯିବ। ଭିତରକାଠରେ ଭକ୍ତ-ସେବାୟତ ଗଣ୍ଡଗୋଳ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ।

ଅନ୍ୟପଟେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଭକ୍ତଙ୍କୁ ମାଡ଼ ମରାଯିବା ଘଟଣାରେ ଦୁଇଜଣ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଖୁଣ୍ଟିଆ ସେବାୟତ ମଦନ ମୋହନ ଖୁଣ୍ଟିଆ ଏବଂ  ମେକାପ ସେବାୟତ ସୋମନାଥ ମେକାପଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ସେବାୟତ ନିଯୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ଘଟଣାକୁ ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁରୀ ପୋଲିସ।

ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି,“ଯାତ୍ରୀଙ୍କୁ  ମାଡ଼ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୁଇ  ସେବାୟତଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।”

Ordigital Desk
• Published: Tuesday, 22 May 2018
• Updated: 22 May 2018, 10:22 AM IST

Sports

Latest News

ପୁରୀ(ମଧୁ ସୂଦନ ମିଶ୍ର ): ପୁରୀ ଶ୍ରୀମନ୍ଦିରରେ ସିସିଟିଭି ଜଗିବ ଭିତରକାଠ। ଶ୍ରୀମନ୍ଦିର ଭିତରକାଠରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀଜିଉଙ୍କ ଦର୍ଶନ ବେଳେ ସ୍ଥିତି ଜାଣିବାକୁ ସିସିଟିଭି ଲଗାଯିବ। ଶ୍ରୀଜିଉଙ୍କ ନୀତି ବେଳେ ସିସିଟିଭି ବନ୍ଦ ରହିବ। ସାଧାରଣ ଦର୍ଶନ ବେଳେ ଏହି ସିସିଟିଭିକୁ ଚାଲୁ କରାଯିବ। ଭିତରକାଠରେ ଭକ୍ତ-ସେବାୟତ ଗଣ୍ଡଗୋଳ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ।

ଅନ୍ୟପଟେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଭକ୍ତଙ୍କୁ ମାଡ଼ ମରାଯିବା ଘଟଣାରେ ଦୁଇଜଣ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଖୁଣ୍ଟିଆ ସେବାୟତ ମଦନ ମୋହନ ଖୁଣ୍ଟିଆ ଏବଂ  ମେକାପ ସେବାୟତ ସୋମନାଥ ମେକାପଙ୍କୁ ସେବାରୁ ନିଲମ୍ବିତ କରାଯାଇଛି। ସେବାୟତ ନିଯୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ଘଟଣାକୁ ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁରୀ ପୋଲିସ।

ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି,“ଯାତ୍ରୀଙ୍କୁ  ମାଡ଼ ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୁଇ  ସେବାୟତଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos