5T ଅଧୀନରେ ଥିବା ଏକ ସ୍କୁଲର ଛାତରୁ ଖସିପଡ଼ିଲା ସିଲିଂ। ତେବେ ଅଳ୍ପକେ ବଞ୍ଚିଗଲେ ଛାତ୍ରଛାତ୍ରୀ। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଗବଯୋରରେ ଥିବା ଗଙ୍ଗାମେହର ଉଚ୍ଚ ବିଦ୍ୟାଳୟରେ।
ଆଜି ଦିନ ପ୍ରାୟ ୧୦ଟା ସମୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ବାରଣ୍ଡାରେ ପ୍ରାର୍ଥନା କରୁଥିଲେ। ଏହି ସମୟରେ ହଠାତ୍ ଦଶମ ଶ୍ରେଣୀର ସିଲିଂ ଖସି ପଡ଼ିଥିଲା। ଜୋର ଶବ୍ଦ ହେବାରୁ ଶିକ୍ଷକମାନେ ଯାଇ ଦେଖିଲାବେଳକୁ ସିଲିଂ ଖସିପଡ଼ିଲା। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ବିଭାଗର କୌଣସି ଅଫିସରଙ୍କୁ ଅବଗତ କରିଛନ୍ତି ନା ନାହିଁ, ତାହା ଜଣାପଡ଼ି ନାହିଁ।
ଏହି ବିଦ୍ୟାଳୟକୁ 5T ଅନ୍ତର୍ଭୁକ୍ତ କରାଗଲା ପରେ ଦଶମ ଶ୍ରେଣୀପାଇଁ ନୂତନ ଗୃହ ନିର୍ମାଣ କରାଯାଇଥିଲା। ୬ ମାସ ତଳେ ଏହି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ସରିଥିଲା। ହେଲେ ନିମ୍ନମାନର କାମ ଯୋଗୁ ସିଲିଂ ଖସିପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।