Advertisment

ସ୍କୁଲ ଛାତରୁ ଖସିଲା ସିଲିଂ, 5T ଅଧୀନରେ ହୋଇଥିଲା ରୂପାନ୍ତରୀକରଣ

ମାତ୍ର ୬ ମାସ ତଳେ କାମ ହୋଇଥିଲା। ନିମ୍ନମାନର କାମ ଯୋଗୁ ସିଲିଂ ଖସିପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
sonepur

sonepur

Advertisment

5T ଅଧୀନରେ ଥିବା ଏକ ସ୍କୁଲର ଛାତରୁ ଖସିପଡ଼ିଲା ସିଲିଂ। ତେବେ ଅଳ୍ପକେ ବଞ୍ଚିଗଲେ ଛାତ୍ରଛାତ୍ରୀ। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଗବଯୋରରେ ଥିବା ଗଙ୍ଗାମେହର ଉଚ୍ଚ ବିଦ୍ୟାଳୟରେ।

Advertisment

ଆଜି ଦିନ ପ୍ରାୟ ୧୦ଟା ସମୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ବାରଣ୍ଡାରେ ପ୍ରାର୍ଥନା କରୁଥିଲେ। ଏହି ସମୟରେ ହଠାତ୍‌ ଦଶମ ଶ୍ରେଣୀର  ସିଲିଂ ଖସି ପଡ଼ିଥିଲା। ଜୋର  ଶବ୍ଦ ହେବାରୁ ଶିକ୍ଷକମାନେ ଯାଇ ଦେଖିଲାବେଳକୁ ସିଲିଂ ଖସିପଡ଼ିଲା।  ଏନେଇ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ବିଭାଗର କୌଣସି ଅଫିସରଙ୍କୁ ଅବଗତ କରିଛନ୍ତି ନା ନାହିଁ, ତାହା ଜଣାପଡ଼ି ନାହିଁ।

ଏହି ବିଦ୍ୟାଳୟକୁ 5T ଅନ୍ତର୍ଭୁକ୍ତ କରାଗଲା ପରେ ଦଶମ ଶ୍ରେଣୀପାଇଁ ନୂତନ ଗୃହ ନିର୍ମାଣ କରାଯାଇଥିଲା। ୬ ମାସ ତଳେ ଏହି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ସରିଥିଲା। ହେଲେ ନିମ୍ନମାନର କାମ ଯୋଗୁ ସିଲିଂ ଖସିପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe