Advertisment

ନବୀନଙ୍କ ସ୍ୱାଗତ ପାଇଁ ସେଲିବ୍ରେଶନ ଆରମ୍ଭ, ବିରୋଧୀ କହିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ। ସେ ଆଜି ପୂର୍ବାହ୍ନ ୧୧.୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଛି।  ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଥିବାରୁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା […]

ଅଦ୍ୟତନ ହୋଇଛି
ନବୀନଙ୍କ ସ୍ୱାଗତ ପାଇଁ ସେଲିବ୍ରେଶନ ଆରମ୍ଭ, ବିରୋଧୀ କହିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ

cm

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ। ସେ ଆଜି ପୂର୍ବାହ୍ନ ୧୧.୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଛି।  ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଥିବାରୁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ଆଇନଶୃଙ୍ଖଳା ଦାୟିତ୍ୱରେ ୮ ଡିସିପିଙ୍କ ସହ ୧୬ ଏସିପି ଏବଂ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଭିଡ଼ ନିୟନ୍ତ୍ରଣ ଲାଗି ସବୁ ଛକରେ ପୁଲିସ ଜଗିବ । ସ୍ୱତନ୍ତ୍ର ଟ୍ରାଫିକ୍ ସହ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏପରିକି ଆଜି ବିମାନଯାତ୍ରା କରୁଥିବା ଲୋକଙ୍କୁ ଆଗୁଆ ଏୟାରପୋର୍ଟରେ ପହଞ୍ଚିବାକୁ ସୂଚନା ଦିଆଯାଇଛି।  ଅନ୍ୟ ବିମାନରେ ଯିବାକୁ ଥିବା ଯାତ୍ରୀ ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ କୁହାଯାଇଛି।

[caption id="attachment_764072" align="aligncenter" width="650"]cm ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆରମ୍ଭ ହେଲାଣି ସାଂସ୍କୃତିକ କାର୍ଯ୍ୟକ୍ରମ ।[/caption]

Advertisment

ଅପରପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ସ୍ୱାଗତ କାର୍ଯ୍ୟକ୍ରମକୁ ନେଇ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ଓ ବିଜେପି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର, କେନ୍ଦ୍ର ସରକାର ନା ଜାତିସଂଘ ଏ ପୁରସ୍କାର କିଏ ଦେଲା ତାହା ସ୍ପଷ୍ଟ ହୋଇନି।  ଦିଲ୍ଲୀରେ ଏମିତି ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ପୁରସ୍କାର ଦେଇଥାନ୍ତି ।

ସେ ଆହୁରି କହିଛନ୍ତି ଯେ,  ରାଜ୍ୟ ସରକାର ଆଜି ଯାଏ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିଲେ ନାହିଁ । ୨୨ ବର୍ଷ ଧରି ଶାସନ କଲାପରେ ଶିକ୍ଷକ ଦେଇପାରିଲେ ନାହିଁ କି ଡାକ୍ତର ଦେଇପାରିଲେନି । ତା ହେଲେ ଏହା କଣ ସଫଳତା କି ବୋଲି ନରସିଂହ ପ୍ରଶ୍ନ ଉଠାଇଛନ୍ତି ।

[caption id="attachment_764074" align="aligncenter" width="650"]police ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।[/caption]

ସେହିପରି ବିଜେପି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ପୁରସ୍କାରକୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ୨୦୨୪ରେ କିପରି ନିର୍ବାଚନ ଜିତିବେ, ସେଥିଲାଗି ବିଜେଡିର ଏ ପ୍ରସ୍ତୁତି ବୋଲି ସେ କହିଛନ୍ତି ।

ତେବେ ବିଜେଡିର ଯୁକ୍ତି ଯେ, ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଖାଦ୍ୟ ନିରାପତ୍ତା ହେଉ କି ଦାରିଦ୍ର୍ୟ ଦୂରୀକରଣ ସବୁ କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଛନ୍ତି  । ଆଉ ସରକାରର ନେତୃତ୍ୱ ନବୀନ ପଟ୍ଟନାୟକ ନେଉଥିବାରୁ ଏଭଳି ଏକ ସେଲିବ୍ରେସନ କରାଯାଉଛି ବୋଲି କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe