Advertisment

ଶଟର ପକାଇ ୨ ସରକାରୀ ଅଧିକାରୀଙ୍କୁ ପିଟିଲେ କେନ୍ଦ୍ର ମନ୍ତ୍ରୀ, ଜଣଙ୍କ ହାତ ଭାଙ୍ଗିଲା

ବାରିପଦା (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ରିଭ୍ୟୁ ପାଇଁ ଦୁଇ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏମିତିକି ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କ ହାତ ଭାଙ୍ଗି ଯାଇଛି। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ଏହାକୁ ଖଣ୍ଡନ କରିଛନ୍ତି। ଏହି ଦୁଇ ଅଧିକାରୀ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର […]

ଅଦ୍ୟତନ ହୋଇଛି
ଶଟର ପକାଇ ୨ ସରକାରୀ ଅଧିକାରୀଙ୍କୁ ପିଟିଲେ କେନ୍ଦ୍ର ମନ୍ତ୍ରୀ, ଜଣଙ୍କ ହାତ ଭାଙ୍ଗିଲା

Bishweswara Tudu

Advertisment

ବାରିପଦା (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ରିଭ୍ୟୁ ପାଇଁ ଦୁଇ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏମିତିକି ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କ ହାତ ଭାଙ୍ଗି ଯାଇଛି। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଟୁଡ଼ୁ ଏହାକୁ ଖଣ୍ଡନ କରିଛନ୍ତି।

Advertisment

ଏହି ଦୁଇ ଅଧିକାରୀ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଅଶ୍ୱିନୀ ମଲ୍ଲିକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବାଶିଷ ମହାପାତ୍ର। ମନ୍ତ୍ରୀଙ୍କ ମାଡ଼ରେ ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗି ଯାଇଛି। ଉଭୟ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ସମୀକ୍ଷା କରିବା ପାଇଁ ଏହି ଦୁଇ ଅଧିକାରୀଙ୍କୁ ଗତକାଲି ଠାରୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କୁ ପ୍ରଥମେ ସର୍କିଟ୍ ହାଉସ୍‌କୁ ଡକା ଯାଇଥିଲା। ପରେ ଦଳୀୟ କାର୍ଯ୍ୟକୁ ଡକାଯାଇଥିଲା। ତେବେ ଏହି ଦୁଇ ଅଧିକାରୀ ଅଫିସ୍‌ରେ ସମୀକ୍ଷା କରାଯାଉ ବୋଲି କହିଥିଲେ। ଏହି କଥାକୁ ନେଇ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସେମାନଙ୍କ ଉପରେ ରାଗି ଯାଇଥିଲେ। ଏଣୁ ଆଜି ଯେତେବେଳେ ଏହି ଦୁଇ ଅଧିକାରୀ ମନ୍ତ୍ରୀଙ୍କ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଲେ ସେହି କଥାକୁ ନେଇ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ପ୍ରୋଟୋକଲ ଜଣାନାହିଁ କହି ମନ୍ତ୍ରୀ ଚିଡ଼ି ଉଠିବା ସହିତ ସେମାନଙ୍କୁ ମାଡ଼ ମାରିଥିଲେ।

Advertisment

[caption id="attachment_708167" align="aligncenter" width="650"]Asst, Debashis Mohapatra ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗି ଯାଇଛି।[/caption]

ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବାଶିଷ ମହାପାତ୍ର କହିଛନ୍ତି, ମନ୍ତ୍ରୀ ଆମକୁ ପ୍ରୋଟୋକଲ ଜଣାନାହିଁ ବୋଲି କହିଥିଲେ। ଆମେ କହିଥିଲୁ ନିର୍ବାଚନ ସମୟରେ ଫାଇଲ୍ ଧରି ଏଠାକୁ ଆସିବା ବି ଠିକ୍ ନୁହେଁ। ଏତିକିରେ ସେ ରାଗି ଯାଇଥିଲେ। ଜଣଙ୍କୁ ଦଳୀୟ କାର୍ଯ୍ୟାଳୟର ଶଟର ବନ୍ଦ କରିବାକୁ କହିଥିଲେ। ଶଟର ବନ୍ଦ ହେବା ପରେ ସେ ପ୍ରଥମେ ଏକ ଲୁହା ରଡ୍‌ ଉଠାଇଥିଲେ। ପରେ ଏକ ପ୍ଲାଷ୍ଟିକ୍ ଚୌକିରେ ମୋତେ ପିଟିଥିଲେ। ଡାଇରେକ୍ଟର ସାର୍ ତାଙ୍କୁ ଅଟକାଇବାରୁ ତାଙ୍କୁ ବି ମନ୍ତ୍ରୀ ମାଡ଼ ମାରିଥିଲେ। ଯେଉଁ ଚୌକିରେ ଆମକୁ ପିଟିଥିଲେ, ତାକୁ ପୂରା ଭାଙ୍ଗି ଦେଇଥିଲେ।

ଅନ୍ୟପକ୍ଷରେ ଏହି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ନିର୍ବାଚନ ଥିବାରୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ସେମାନେ ରିଭ୍ୟୁ ପାଇଁ ଆସିଥିଲେ। ବ୍ୟସ୍ତ ଥିବାରୁ ମନା କରିଥିଲି ଓ ସେମାନେ ଫେରି ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe