Advertisment

କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତା ଦେଉଛନ୍ତି: ଅଶ୍ୱିନୀ ଚୌବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତା ଦେଉଛନ୍ତି। ଏବେ ପ୍ରତିମାସରେ ପରିବେଶ ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତାବର ସମୀକ୍ଷା କରାଯାଇ ତୁରନ୍ତ ନିଷ୍ପତ୍ତି ନିଆଯାଉଛି ବୋଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌବେ କହିଛନ୍ତି ଯେ, ଅତୀତରେ ବର୍ଷ ବର୍ଷ ଧରି ବିଳମ୍ବ ନିଷ୍ପତ୍ତି ହେଉଥିବାବେଳେ ଏବେ ମୋଦି ସରକାର ପ୍ରତି […]

କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତା ଦେଉଛନ୍ତି: ଅଶ୍ୱିନୀ ଚୌବେ

ashwin-choubey

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲା ହୃଦୟରେ ସହାୟତା ଦେଉଛନ୍ତି। ଏବେ ପ୍ରତିମାସରେ ପରିବେଶ ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତାବର ସମୀକ୍ଷା କରାଯାଇ ତୁରନ୍ତ ନିଷ୍ପତ୍ତି ନିଆଯାଉଛି ବୋଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି।

Advertisment

ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌବେ କହିଛନ୍ତି ଯେ, ଅତୀତରେ ବର୍ଷ ବର୍ଷ ଧରି ବିଳମ୍ବ ନିଷ୍ପତ୍ତି ହେଉଥିବାବେଳେ ଏବେ ମୋଦି ସରକାର ପ୍ରତି ମାସରେ ପରିବେଶ ସଂକ୍ରାନ୍ତୀୟ ସମସ୍ତ ସମୀକ୍ଷା କରି ତୁରନ୍ତ ନିଷ୍ପତ୍ତି ନେଉଛନ୍ତି। ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯାହା ପ୍ରସ୍ତାବ ଯିବ, ତାକୁ କେନ୍ଦ୍ର ସରକାର ଅବିଳମ୍ବେ ସହଯୋଗ କରିବାକୁ ପ୍ରସ୍ତୁତ । ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବକା ପ୍ରୟାସ' ଆଧାରରେ ମୋଦି ସରକାର ଏକ ନୂଆ ‘ଆତ୍ମନିର୍ଭର ଭାରତ’ ଗଠନ ଦିଗରେ କାର୍ଯ୍ୟ କରୁଛି। ଓଡିଶା ସରକାର ଅଯଥାରେ ଅଭିଯୋଗ ନଆଣି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି ବିକାଶ କାର୍ଯ୍ୟକୁ ଆଗେଇ ନିଅନ୍ତୁ ଏବଂ କେନ୍ଦ୍ରୀୟ ଯୋଜନାକୁ ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚାନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଚୈାବେ କହିଛନ୍ତି।

ବ୍ଲ-ୁଫ୍ଲାଗ ବିଚ୍ ମାନ୍ୟତାପ୍ରାପ୍ତ ପୁରୀ ସମୁଦ୍ରବେଳାକୁ ବିଶ୍ୱସ୍ତରୀୟ କରାଯାଇ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରାଯାଉଛି । ଏହା ଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି । ଆଜିର ସେବା ଓ ସମର୍ପଣର ଅଭିଯାନର ଅନ୍ତିମ ଦିନରେ ଦେଶବ୍ୟାପୀ ୧୦ ପ୍ରମୁଖ ସମୁଦ୍ର ବେଳାଭୁମିକୁ ସଫେଇ ଅଭିଯାନ ଅନୁଯାୟୀ ଓଡିଶାର ପୁରୀ ବେଳଭୁମିର ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲି । ଏବେସୁଦ୍ଧା ୭୫୦ ଟନ୍ ଆବର୍ଜନାକୁ ଜୈବିକ ପଦ୍ଧତିରେ ନଷ୍ଟ କରାଯାଇଛି । ଏହା ଦ୍ୱାରା ବେଳାଭୁମିର ଉନ୍ନତି କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ଆଗାମୀ ୫ ବର୍ଷରେ ଦେଶର ୧୦୦ଟି ପ୍ରମୁଖ ସମୁଦ୍ରବେଳାକୁ ସ୍ୱଚ୍ଛ, ନିର୍ମଳ ଓ ସୈାନ୍ଦର୍ଯୀକରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଚୈାବେ କହିଛନ୍ତିି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା ଓ ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment

ଏହା ପୂର୍ବରୁ ଶ୍ରୀ ଚୋବେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର "ମୋ ବିଚ୍‌ର ସୁରକ୍ଷା ମୁଁ କରିବି" ବାର୍ତ୍ତା ନେଇ ପୁରୀରେ ପହଞ୍ଚିଥିଲେ। ଦେଶର ଏକକାଳୀନ ୧୦ଟି ବେଳାଭୂମିରେ ଆଜି ଏହି କାର୍ଯ୍ୟକ୍ରମ କରି ସଚେତନତା ବାର୍ତ୍ତା ଦିଆଯାଇଛି। ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା କଙ୍କ୍ରିଟ୍ ଜଙ୍ଗଲକୁ ହଟାଯିବ। ଆଉ ସିଆରଜେଡ୍ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ପୁରୀର ସମସ୍ତ ବିଚକୁ ଆବର୍ଜନା ମୁକ୍ତ କରି ବ୍ଲୁ ଫ୍ଲାଗ୍ ଭଳି ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ କହିଛନ୍ତି।

ସେପଟେ କେନ୍ଦ୍ର ସରକାରଙ୍କ ଅନୁଦାନରେ ବ୍ଲୁ ଫ୍ଲାଗ ବିଚ୍‌ର ଉନ୍ନତିକରଣ ହୋଇଥିବାରୁ ସାଧାରଣ ଲୋକଙ୍କ ପାଇଁ ଏହାକୁ ଦେୟମୁକ୍ତ କରିବା ପାଇଁ ଦାବି କରିଛନ୍ତି ପୁରୀ ବିଧାୟକ। ପ୍ରକୃତିର ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ବେଳାଭୂମି। ଜଳଜୀବ ହେଉ ଅବା ବେଳାଭୂମି ସମସ୍ତଙ୍କର ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୋବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ଫେରି ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe