Advertisment

କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଟ୍ୱିଟ୍ ପରେ ଖାଉଟି କଲ୍ୟାଣ ମନ୍ତ୍ରୀ ନେଲେ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଟମାରଣା ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଏକ ଟ୍ୱିଟର ଉତ୍ତର ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେବଳ ଉତ୍ତର ରଖିନାହାନ୍ତି ତୁରନ୍ତ ପଦକ୍ଷେପ ମଧ୍ୟ ନେଇଛନ୍ତି। ଯାଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିଓ୍ୱାଇ) ବାଟମାରଣା ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ ଟ୍ୱିଟ୍ କରିଥିଲେ। ଯାଜପୁର ଜିଲ୍ଲାର କୃଷକମାନେ ପିଏମଏଫବିଓ୍ୱାଇ […]

ଅଦ୍ୟତନ ହୋଇଛି
କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଟ୍ୱିଟ୍ ପରେ ଖାଉଟି କଲ୍ୟାଣ ମନ୍ତ୍ରୀ ନେଲେ ପଦକ୍ଷେପ

pratap sarangi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଟମାରଣା ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଏକ ଟ୍ୱିଟର ଉତ୍ତର ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେବଳ ଉତ୍ତର ରଖିନାହାନ୍ତି ତୁରନ୍ତ ପଦକ୍ଷେପ ମଧ୍ୟ ନେଇଛନ୍ତି।

Advertisment

ଯାଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିଓ୍ୱାଇ) ବାଟମାରଣା ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ ଟ୍ୱିଟ୍ କରିଥିଲେ। ଯାଜପୁର ଜିଲ୍ଲାର କୃଷକମାନେ ପିଏମଏଫବିଓ୍ୱାଇ ଅର୍ଥ ପ୍ରଦାନ ବାବଦରେ କରିଥିବା ଅଭିଯୋଗ ଆଧାରରେ କେନ୍ଦ୍ର ମନ୍ତ୍ରୀ ଷଡ଼ଙ୍ଗୀ ରଣେନ୍ଦ୍ର ପ୍ରତାପଙ୍କୁ ଏକ ଚିଠି ଲେଖିଛନ୍ତି, ଯାହାକୁ ସେ ଟ୍ୱିଟରରେ ମଧ୍ୟ ଶେୟାର କରିଛନ୍ତି।

Advertisment

ଚିଠିରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, ମିଡିଆ ରିପୋର୍ଟ ଅନୁସାରେ ପିଏମଏଫବିଓ୍ୱାଇ ଅର୍ଥ ସିଧାସଳଖ କୃଷକମାନଙ୍କ ପାଖରେ ପହଞ୍ଚାଇବାରେ ଅନିୟମିତତା ଦେଖିବାକୁ ମିଳିଛି। ସମବାୟ ସମିତି ପକ୍ଷରୁ କେନ୍ଦ୍ର ସରକାର କୃଷକଙ୍କୁ ଯୋଗାଉଥିବା ଏହି ଟଙ୍କା ବାଟମାରଣା ହେଉଛି। ପୂର୍ବରୁ ନେଇଥିବା ଋଣ ଟଙ୍କା ବାବଦକୁ ଏହି ଟଙ୍କା ବ୍ୟବହାର କରି କୃଷକଙ୍କ ବ୍ୟାଙ୍କ ଖାତାରେ ତଥ୍ୟ ଏପଟ ସେପଟ କରାଯାଉଥିବା ଅଭିଯୋଗ ଆସୁଛି। ସମବାୟ ସମିତି ଦ୍ୱାରା ହେଉଥିବା ଏଭଳି ଏକ ବିରାଟ ହେରଫେରର ତଦନ୍ତ କରାଯିବା ଆବଶ୍ୟକ।

ଏଣୁ ଏଭଳି ଏକ ଦୁଃଖଦ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାର ପ୍ରଦତ୍ତ ପିଏମଏଫବିଓ୍ୱାଇ ଟଙ୍କାକୁ ଯାଜପୁର ଜିଲ୍ଲା କୃଷକମାନଙ୍କ କୌଣସି ଋଣ ବାବଦର କ୍ଷତିପୂରଣ ଭଳି ହେରଫେର ନ କରି ସିଧାସଳଖ ତାଙ୍କୁ ଦିଆଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ତେବେ ଏ ନେଇ ମନ୍ତ୍ରୀ ସ୍ୱାଇଁ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ମନ୍ତ୍ରୀ ସ୍ୱାଇଁ ଏକ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀଙ୍କୁ ଉତ୍ତର ଦେବା ସହ ଏ ଦିଗରେ ପଦକ୍ଷେପ ମଧ୍ୟ ନେଇଛନ୍ତି। ସେ କହିଛନ୍ତି, ୧୦୫୭୪ କୃଷକଙ୍କ ନାଁରେ ଥିବା ୩୦୪୧.୬୭ଲକ୍ଷ ଟଙ୍କା ବ୍ରାଞ୍ଚ୍ ସ୍ତରରେ ସ୍ଥଗିତ ରହିଛି। ଏନେଇ ଯୋଗ୍ୟ କୃଷକମାନଙ୍କ ଏସବିଡି ଆକାଉଣ୍ଟରେ ତୁରନ୍ତ ତାଙ୍କ ଟଙ୍କା ପଠାଇବାକୁ ବ୍ରାଞ୍ଚ ପରିଚାଳକକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ସ୍ୱାଇଁ ସୂଚିତ କରିଛନ୍ତି।

Ranendra Pratap Swain Pratap Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe