Advertisment

କେନ୍ଦ୍ରୀୟ ଟିମ୍‌ର ‘ଜୱାଦ୍’ କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୱାଦ ଜନିତ ବର୍ଷାରେ କ୍ଷୟକ୍ଷତିର ଆକଳନ କରିବାକୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଟିମ୍। ଅଦିନିଆ ଲଗାଣ ବର୍ଷା ଛାଡ଼ିବାର ସପ୍ତାହେ ପରେ ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛି କେନ୍ଦ୍ରୀୟ ଟିମ୍। ଟିମର ସଦସ୍ୟମାନେ ପ୍ରଥମ ଦିନରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ ଓ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଆଜି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମକୁ ଚାଷୀ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କେନ୍ଦ୍ରୀୟ ଟିମ୍‌ର ‘ଜୱାଦ୍’ କ୍ଷୟକ୍ଷତି ଆକଳନ

central-team

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୱାଦ ଜନିତ ବର୍ଷାରେ କ୍ଷୟକ୍ଷତିର ଆକଳନ କରିବାକୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀୟ ଟିମ୍। ଅଦିନିଆ ଲଗାଣ ବର୍ଷା ଛାଡ଼ିବାର ସପ୍ତାହେ ପରେ ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛି କେନ୍ଦ୍ରୀୟ ଟିମ୍। ଟିମର ସଦସ୍ୟମାନେ ପ୍ରଥମ ଦିନରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ ଓ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।

Advertisment

ଆଜି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମକୁ ଚାଷୀ ଉଜୁଡ଼ା କ୍ଷେତକୁ ଦେଖେଇଛନ୍ତି। ଏହାସହ ବର୍ଷାରେ ନଷ୍ଟ ହୋଇଯାଇଥିବା ପଚା ଧାନ କେଣ୍ଡାକୁ ବି ଦେଖାଇଛନ୍ତି ଚାଷୀ। ତିନି ଦିନିଆ ଗସ୍ତରେ ଆସି ଏସଆରସିଙ୍କ ସହ ଆଲୋଚନା ପରେ ସରଜମିନ ଅନୁଧ୍ୟାନରେ ଯାଇଥିବା କେନ୍ଦ୍ରୀୟ ଟିମ୍ ବି ଅନୁଭବ କରିଛନ୍ତି ଯେ ଜୱାଦ ଜନିତ ବର୍ଷାରେ ଚାଷ ବ୍ୟାପକ ନଷ୍ଟ ହୋଇଛି।

ଗୋଟିଏ ପଟେ କେନ୍ଦ୍ରୀୟ କେନ୍ଦ୍ରୀୟ ଟିମର ଗସ୍ତ ବେଳେ ବିପର୍ଯ୍ୟୟ କ୍ଷତିଭରଣାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଛି। ବିଜେଡି ଅଭିଯୋଗ କରିଛି ଯେ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଭରଣା ଲାଗି ରାଜ୍ୟ ସବୁବେଳେ କେନ୍ଦ୍ର ପାଖରେ ଦାବି କରିଆସୁଛି। କିନ୍ତୁ କେନ୍ଦ୍ର ସରକାର ଠାରୁ ରାଜ୍ୟ ଅନୁରୂପ ସହାୟତା ପାଉନି। ତେଣେ ବିଜେପି କହିଛି ଯେ କିଛି ନ ମାଗିବା ପୂର୍ବରୁ ରାଜ୍ୟକୁ ପର୍ଯ୍ୟାପ୍ତ କ୍ଷୟକ୍ଷତି ରାଶି ଆସୁଛି। କିନ୍ତୁ ବିନିଯୋଗ ରାଜ୍ୟ ପ୍ରମାଣପତ୍ର ଦେଇପାରୁନି। ସେପଟେ କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ କରିଛି। କଂଗ୍ରେସ ଦାବି କରିଛି ଯେ ଲୋକ ଦେଖାଣିଆ ଲଢ଼େଇ ଛାଡ଼ି ଚାଷୀ ସମସ୍ୟାର ସମାଧାନ କରାଯିବା ଦରକାର।

Advertisment

କେନ୍ଦ୍ର ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ସୌରଭ ରାୟଙ୍କ ନେତୃତ୍ୱରେ ଆସିଥିବା ୬ ଜଣିଆ ଟିମ୍ ଜୱାଦ କ୍ଷତିଗ୍ରସ୍ତ ହୋଇଥିବା ୬ଟି ଜିଲ୍ଲାର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାରଙ୍କୁ ତା’ର ରିପୋର୍ଟ ଦେବ। ତେବେ ଚାଷୀକୁ ତା କ୍ଷତି ବାବଦକୁ କେବେ ସହାୟତା ମିଳିବ, ତାକୁ ଅପେକ୍ଷା ରହିଲା।