ଆଦିବାସୀଙ୍କୁ ଗୁରୁତ୍ୱ: ଝାରସୁଗୁଡ଼ାରେ ନୂଆ ଆଇଟିଡିଏ ସ୍ଥାପନକୁ କେନ୍ଦ୍ରର ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଦିବାସୀଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିରିମେରା ବ୍ଲକକୁ ଆଦିବାସୀ ସବ୍ ପ୍ଲାନ୍‌ (ଟିଏସପି) ବ୍ଲକ ଭାବେ ଘୋଷଣା କରିଛନ୍ତି । ଏହାସହିତ ଝାରସୁଗୁଡ଼ାରେ ଏକ ନୂଆ ଆଇଟିଡିଏ (ସମନ୍ୱିତ ଆଦିବାସୀ ଉନ୍ନୟନ ଏଜେନ୍ସୀ) ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି । ୨୦୧୭ ନଭେମ୍ବର ମାସରେ ରାଜ୍ୟ ସରକାର ଏଥିପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ । କେନ୍ଦ୍ର ଆଦିବାସୀ […]

Jharsuguda

Jharsuguda

Ordigital Desk
  • Published: Tuesday, 29 November 2022
  • Updated: 29 November 2022, 11:20 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଆଦିବାସୀଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିରିମେରା ବ୍ଲକକୁ ଆଦିବାସୀ ସବ୍ ପ୍ଲାନ୍‌ (ଟିଏସପି) ବ୍ଲକ ଭାବେ ଘୋଷଣା କରିଛନ୍ତି । ଏହାସହିତ ଝାରସୁଗୁଡ଼ାରେ ଏକ ନୂଆ ଆଇଟିଡିଏ (ସମନ୍ୱିତ ଆଦିବାସୀ ଉନ୍ନୟନ ଏଜେନ୍ସୀ) ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି । ୨୦୧୭ ନଭେମ୍ବର ମାସରେ ରାଜ୍ୟ ସରକାର ଏଥିପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଝାରସୁଗୁଡ଼ାର ଦୁଇଟି ବ୍ଲକ ଲଇକେରା ଓ କିରିମେରାକୁ ଟିଏସପି ବ୍ଲକ୍ ତାଲିକାରେ ସାମିଲ କରାଯିବା ସହ ଝାରସୁଗୁଡ଼ାଠାରେ ନୂଆ ଆଇଟିଡିଏର ମୁଖ୍ୟାଳୟ ଖୋଲିବାକୁ ମଧ୍ୟ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶାରେ ଆଦିବାସୀ ଅଧ୍ୟୁଷିତ ମୋଟ ୧୩ଟି ଜିଲ୍ଲାରେ ୧୧୯ଟି ବ୍ଲକୁ ଟିଏସପି ବ୍ଲକ୍ ଭାବେ ଚିହ୍ନଟ କରାଯାଇଥିବାବେଳେ ସେଠାରେ ୨୨ଟି ଆଇଟିଡିଏ କାର୍ଯ୍ୟ କରୁଛି । ଏବେ ନୂତନ ଭାବେ ଝାରସୁୁଗୁଡ଼ା ସାମିଲ ହେବା ପରେ ରାଜ୍ୟରେ ଟିଏସପି ବ୍ଲକ ସଂଖ୍ୟା ୧୨୧କୁ ବୃଦ୍ଧି ପାଇବା ସହ ଜିଲ୍ଲା ସଂଖ୍ୟା ୧୪କୁ ଓ ଆଇଟିଡିଏ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos