/odisha-reporter/media/post_attachments/uploads/2020/09/ddd77777777777.jpg)
ddd77777777777
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ଵାସ୍ଥ୍ୟ ମିଶନ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
Advertisment
ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେଲେ ଏହି ଯୋଜନାରେ ରାଜ୍ୟର ୬୦ ଲକ୍ଷ ଲୋକ ଉପକୃତ ହେବେ। ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ଏହି ଯୋଜନା ସ୍ଵାସ୍ଥ୍ୟ ସୁବିଧା ଯୋଗାଇବା ସହ ଜାତୀୟ ଡିଜିଟାଲ ସ୍ଵାସ୍ଥ୍ୟ ମିଶନ ଦେଶର ସ୍ଵାସ୍ଥ୍ୟ କ୍ଷେତ୍ରରେ ନୂଆ ବିପ୍ଳବ ଆଣିବ।
ସେ ଆହୁରି କହିଛନ୍ତି, ଏହି ଯୋଜନା ଲାଗୁ ହେଲେ ଲୋକମାନେ କମ୍ ମୂଲ୍ୟରେ ସ୍ଵାସ୍ଥ୍ୟସେବା ପାଇପାରିବେ। ଏହାସହ ସ୍ଵତନ୍ତ୍ର ସ୍ଵାସ୍ଥ୍ୟସେବା ଆଇଡି ଦ୍ୱାରା ଯେକୌଣସି ସ୍ଥାନରେ ମଧ୍ୟ ସେବା ପାଇପାରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
