ଆଜି ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ଗସ୍ତ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିର ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗ ହୋଇ ଆଜି ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ଯିବ। ଏହି ଟିମ୍ ସଦସ୍ୟ‌ ଉଭୟ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। କ୍ଷୟକ୍ଷତି ଆକଳନ ସହ ସବିଶେଷ ରିପୋର୍ଟ ସଂଗ୍ରହ କରିବେ। ଗତକାଲି ଏହି ଟିମ୍ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। […]

kendrapada

Jyoshna Pradhan
  • Published: Friday, 05 June 2020
  • , Updated: 05 June 2020, 08:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାତ୍ୟା ‘ଅମ୍ଫାନ’ କ୍ଷୟକ୍ଷତିର ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗ ହୋଇ ଆଜି ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ଯିବ। ଏହି ଟିମ୍ ସଦସ୍ୟ‌ ଉଭୟ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ। କ୍ଷୟକ୍ଷତି ଆକଳନ ସହ ସବିଶେଷ ରିପୋର୍ଟ ସଂଗ୍ରହ କରିବେ।

ଗତକାଲି ଏହି ଟିମ୍ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇଥିବା କେନ୍ଦ୍ରୀୟ ଟିମ୍‌ର ୩ ଜଣିଆ ସଦସ୍ୟ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ରାଜନଗର ବ୍ଲକର ପେଣ୍ଠକଟା ସହ ଅନ୍ୟ କିଛି ଅଞ୍ଚଳ ପରିଦର୍ଶନ କରିଥିଲେ।

ସେହିପରି ବାଲେଶ୍ୱର ଗସ୍ତରେ ଯାଇଥିବା ୪ ଜଣିଆ ଟିମ୍ ଭୋଗରାଇ ବ୍ଲକର ସହବାଜିପୁର, ଉଦୟପୁର, ବିନ୍ଧା ପଦ୍ମପୁର, ଗମ୍ଭାରିଆ, ଚକ ପଦ୍ମପୁର ଆଦି ଅଞ୍ଚଳ ବୁଲିଥିଲେ। ଏହି ଅବସରରେ ଚାଷ, ବିଦ୍ୟୁତ୍‌, ଗମନାଗମନ ଓ ମତ୍ସ୍ୟଜୀବୀଙ୍କ ଡଙ୍ଗା ଆଦି କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ଅନୁଧ୍ୟାନ କରିଥିଲେ।

Related story