Advertisment

ଅନୁମତି ମିଳିଲାନି, ଶେଷରେ ଚେନ୍‌ ଟାଣି ଓହ୍ଲାଇଲେ ପ୍ରବାସୀ ଶ୍ରମିକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଭିଟାମାଟିକୁ ଯିବା ଆଶାରେ ସୁଦୂର ମହାରାଷ୍ଟ୍ରରୁ ଟ୍ରେନରେ ଆସିଥିଲେ। ହେଲେ ଝାରସୁଗୁଡ଼ା ତଥା ରାଉରକେଲା ଷ୍ଟେସନରେ ସେମାନଙ୍କୁ ଓହ୍ଲାଇବାକୁ ଦିଆଗଲାନି। ଶେଷରେ ଚେନ୍ ଟାଣି  ନୂଆଗାଁ ଷ୍ଟେସନରେ ଓହ୍ଲାଇ ପଡ଼ିଲେ ପ୍ରବାସୀ ଓଡ଼ିଆ ଶ୍ରମିକ। ସେଠାରେ  ପ୍ରାୟ ୨ ଶହ ଶ୍ରମିକ ଓହ୍ଲାଇ ପଡ଼ିଥିବା ରାଉରକେଲାସ୍ଥିତ ବନ୍ଧମୁଣ୍ଡା ARM ସୂଚନା ଦେଇଛନ୍ତି। ସୂଚନାଅନୁସାରେ, ମହାରାଷ୍ଟ୍ରର କୋହ୍ଲାପୁରରୁ ବୋକାରୋ ଯାଉଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନରେ ବୌଦ୍ଧ ଓ ସୋନପୁର ଜିଲ୍ଲାର ୪୦୦ ଓଡ଼ିଆ ଶ୍ରମିକ […]

author-image
Jyoshna Pradhan
ଅନୁମତି ମିଳିଲାନି, ଶେଷରେ ଚେନ୍‌ ଟାଣି ଓହ୍ଲାଇଲେ ପ୍ରବାସୀ ଶ୍ରମିକ

rkl

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଭିଟାମାଟିକୁ ଯିବା ଆଶାରେ ସୁଦୂର ମହାରାଷ୍ଟ୍ରରୁ ଟ୍ରେନରେ ଆସିଥିଲେ। ହେଲେ ଝାରସୁଗୁଡ଼ା ତଥା ରାଉରକେଲା ଷ୍ଟେସନରେ ସେମାନଙ୍କୁ ଓହ୍ଲାଇବାକୁ ଦିଆଗଲାନି। ଶେଷରେ ଚେନ୍ ଟାଣି  ନୂଆଗାଁ ଷ୍ଟେସନରେ ଓହ୍ଲାଇ ପଡ଼ିଲେ ପ୍ରବାସୀ ଓଡ଼ିଆ ଶ୍ରମିକ। ସେଠାରେ  ପ୍ରାୟ ୨ ଶହ ଶ୍ରମିକ ଓହ୍ଲାଇ ପଡ଼ିଥିବା ରାଉରକେଲାସ୍ଥିତ ବନ୍ଧମୁଣ୍ଡା ARM ସୂଚନା ଦେଇଛନ୍ତି।

Advertisment

ସୂଚନାଅନୁସାରେ, ମହାରାଷ୍ଟ୍ରର କୋହ୍ଲାପୁରରୁ ବୋକାରୋ ଯାଉଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନରେ ବୌଦ୍ଧ ଓ ସୋନପୁର ଜିଲ୍ଲାର ୪୦୦ ଓଡ଼ିଆ ଶ୍ରମିକ ଆସୁଥିଲେ। ସେମାନେ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇବାର ଥିଲା।। ହେଲେ ଝାରସୁଗୁଡ଼ା ଷ୍ଟେସନରେ କୌଣସି ବ୍ୟବସ୍ଥା ନଥିବା ରେଳ ଷ୍ଟେସନ କର୍ତ୍ତୃପକ୍ଷ କହିଥିଲେ। ତେଣୁ ରାଉରକେଲାରେ ସମସ୍ତ ବ୍ୟବସ୍ଥା ଥିବାରୁ ସେଠାରେ ଓହ୍ଲାଇବାକୁ କୁହାଯାଇଥିଲା ।

ଖବର ପାଇ ରାଉରକେଲା ଷ୍ଟେସନରେ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ , ଜିଲ୍ଲା ପ୍ରଶାସନ , ପୁଲିସ୍‌ , ରେଳବାଇ ପୁଲିସ୍‌ ସମସ୍ତେ ଉପସ୍ଥିତ ଥିଲେ। ଶ୍ରମିକମାନଙ୍କ ଟ୍ରେନ୍ ରାଉରକେଲା ଷ୍ଟେସନରେ ପହଞ୍ଚିଲା ପରେ ସେମାନଙ୍କୁ ଖାଦ୍ୟ ପାନୀୟ ଦିଆଯାଇଥିଲା। ହେଲେ ଶ୍ରମିକମାନେ ଫେରୁଥିବା ନେଇ ପୂର୍ବରୁ ସୂଚନା ନଥିବାରୁ ସେମାନଙ୍କୁ ରାଉରକେଲାରେ ବି ଓହ୍ଲାଇବାକୁ ଦିଆଯାଇ ନଥିଲା।

Advertisment

ଫଳରେ ଟ୍ରେନଟି ବୋକାରୋ ପଳାଉଥିବା ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ନୂଆଗାଁରେ ଚେନ୍ ପୁଲିଂ କରି ପ୍ରାୟ ୨ଶହ ଶ୍ରମିକ ଓହ୍ଲାଇ ପଡ଼ିଛନ୍ତି। ସେମାନେ ଏବେ ନୂଆଗାଁ ଷ୍ଟେସନରେ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବ୍ୟବସ୍ଥା କରାଯାଉଛି।