Advertisment

ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି, ଦଶ ମୂଳାରିଷ୍ଟ ଖାଇ ସୁସ୍ଥ ହେବେ ଶ୍ରୀଜିଉ

ପୁରୀ(ଓଡ଼ିଶା ରିପୋର୍ଟର): ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଦଶମୀ ତିଥିରେ ଚକାବିଜେ ନୀତି କରାଯିବ। ଦଇତାପତି ସେବକ ମାନେ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉ ଟିକେ ସୁସ୍ଥ ଅନୁଭବ କରିବେ। ଏଥିପାଇଁ ରାଜବୈଦ୍ୟମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ୧୦ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ। ଏହି ଔଷଧକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ। ଫଣଫଣା, କୃଷ୍ଣଚୁଡ଼ା, ଲବଙ୍ଗ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି। ମହାପ୍ରଭୁ […]

ଅଦ୍ୟତନ ହୋଇଛି
କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

puri

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଦଶମୀ ତିଥିରେ ଚକାବିଜେ ନୀତି କରାଯିବ। ଦଇତାପତି ସେବକ ମାନେ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉ ଟିକେ ସୁସ୍ଥ ଅନୁଭବ କରିବେ। ଏଥିପାଇଁ ରାଜବୈଦ୍ୟମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ୧୦ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ। ଏହି ଔଷଧକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ। ଫଣଫଣା, କୃଷ୍ଣଚୁଡ଼ା, ଲବଙ୍ଗ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି। ମହାପ୍ରଭୁ ଏହି ଦଶ ମୂଳାରିଷ୍ଟ ଖାଇବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ପରମ୍ପରା ରହିଛି।

Advertisment

ଦ୍ୱାଦଶୀ ତିଥିରେ ଦଇତାପତି ମାନେ ଶ୍ରୀନହରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜାଙ୍କୁ ଦେବାର ପରମ୍ପରା ରହିଛି।

ସ୍ନାନଯାତ୍ରା ଦିନ ଅତ୍ୟଧିକ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉଙ୍କୁ ଫୁଲୁରି ତେଲ ମାଲିସ୍ କରାଯିବା ପରେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ। ଷଷ୍ଠୀରୁ ନବମୀ ତିଥି ପର୍ଯ୍ୟନ୍ତ ଓଷୁଅ ଲାଗି କରାଯାଇଥିଲା।

Advertisment
Ratha Yatra Rathayatra 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe