Advertisment

ବଙ୍ଗୀୟ ଯୁବତୀଙ୍କୁ ଧର୍ଷଣ ଅଭିଯୋଗ; ନକଲି ମା’ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ସମ୍ବଲପୁର: ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ପଶ୍ଚିମବଙ୍ଗରୁ ଜଣେ ଯୁବତୀକୁ ସମ୍ବଲପୁରକୁ ଆଣି ଭଡ଼ା ଘରେ ରଖି ବଳାତ୍କାର କରାଯିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ପାଇବା ପରେ ଅଇଁଠାପାଲି ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏ ମହିଳା ଜଣଙ୍କ ମୁଖ୍ୟ ଅଭିଯୁକ୍ତ ବସନ୍ତ ବାଗଙ୍କ ନକଲି ମା’ ସାଜିଥିଲେ। ବସନ୍ତ ନାଗ ଫେରାର ରହିଥିବା ବେଳେ ତା’ର ନକଲି ବାପା ସାଜିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଫେରାର ହୋଇଯାଇଛି। […]

ଅଦ୍ୟତନ ହୋଇଛି
ସମ୍ବଲପୁର ବଙ୍ଗୀୟ ଯୁବତୀଙ୍କୁ ବ୍ଲାକମେଲିଂ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

girafmahila

Advertisment

ସମ୍ବଲପୁର: ବ୍ୟାଙ୍କରେ ଚାକିରି କରାଇ ଦେବାକୁ କହି ପଶ୍ଚିମବଙ୍ଗରୁ ଜଣେ ଯୁବତୀକୁ ସମ୍ବଲପୁରକୁ ଆଣି ଭଡ଼ା ଘରେ ରଖି ବଳାତ୍କାର କରାଯିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ପାଇବା ପରେ ଅଇଁଠାପାଲି ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏ ମହିଳା ଜଣଙ୍କ ମୁଖ୍ୟ ଅଭିଯୁକ୍ତ ବସନ୍ତ ବାଗଙ୍କ ନକଲି ମା’ ସାଜିଥିଲେ। ବସନ୍ତ ନାଗ ଫେରାର ରହିଥିବା ବେଳେ ତା’ର ନକଲି ବାପା ସାଜିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଫେରାର ହୋଇଯାଇଛି। ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଛି। ଫେରାର ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାକୁ ସମ୍ବଲପୁର ପୁଲିସ ତନାଘନା ଚଲାଇଛି।

Advertisment

ପୁଲିସର କହିବା ଅନୁଯାୟୀ ଗତ ୩ ତାରିଖରେ ଟ୍ରେନରେ ବସନ୍ତ ନାଗ ସହିତ ପୀଡ଼ିତାଙ୍କା ସାକ୍ଷାତ ହୋଇଥିଲା। କଥାରେ କଥାରେ ପୀଡ଼ିତାଙ୍କୁ ନିଜ ପାଲରେ ପକାଇ ଦେଇଥିଲା ବସନ୍ତ। ବ୍ୟାଙ୍କରେ ମାସିକ ୧୫ ହଜାର ଟଙ୍କାରେ ଚାକିରି କରାଇ ଦେବା ବୋଲି କହିଥିଲା। ରହିବା ପାଇଁ ବି ସୁବିଧା ଅଛି ବୋଲି କହିଥିଲା। ତେବେ ଏଥିପାଇଁ ବ୍ୟାଙ୍କର ଜଣେ ଉପରିସ୍ଥ ଅଧିକାରୀଙ୍କୁ ୩୦ ହଜାର ଟଙ୍କା ଲାଂଚ ଦେବାକୁ ପଡ଼ିବ ବୋଲି କହିଥିଲା ବସନ୍ତ। ଚାକିରି ଲୋଭରେ ଯୁବତୀ ଜଣଙ୍କ ପଶ୍ଚିମ ବଙ୍ଗରୁ ଚାଲି ଆସିଲେ ସମ୍ବଲପୁର। ସମ୍ବଲପୁରର ଅମ୍ବିରା ନଗରରେ ଏକ ଘରେ ନେଇ ତାଙ୍କୁ ରଖିଥିଲା ବସନ୍ତ। ସେ ଘରେ ଜଣେ ମହିଳା ଓ ପୁରୁଷ ଥିଲେ। ସେମାନେ ତା’ର ବାପମା’ ବୋଲି ପରିଚୟ ଦେଇଥିଲା ବସନ୍ତ।  ତା’ର କହିବା ମୁତାବକ ପୀଡ଼ିତା ତାକୁ ୩୦ ହଜାର ଟଙ୍କା ବି ଦେଇଥିଲେ। କିନ୍ତୁ ତା’ପରେ ଉକ୍ତ ଘରେ ଯୁବତୀ ଜଣଙ୍କୁ ବନ୍ଦୀ ରଖି ଧର୍ଷଣ କରିଥିଲା। ପରେ ବସନ୍ତ ଓ ତା’ନକଲି ବାପାମା’ ପୀଡ଼ିତାଙ୍କୁ ସେହି ଘରେ ତାଲା ପକାଇ ଦେଇ ଫେରାର ହୋଇଯାଇଥିଲେ। ଅନ୍ୟକୌଣସି ଉପାୟ ନପାଇ ଯୁବତୀ ଜଣଙ୍କ ଘରେ ଥିବା ଲୁଗାପଟାକୁ ଏକାଠି କରି ନିଆଁ ଲଗାଇ ଦେଇଥିଲେ। ଘରୁ ନିଆଁ ବାହାରୁ ଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ ଓ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe