Advertisment

ଚାଲାଣ ଥିଲେ ବି ମିଳିବ PUCC; ପେଟ୍ରୋଲ,ଡିଜେଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ

ପିୟୁସି ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ, ଡିଜେଲ ମନା ନେଇ ଯେଉଁ ନିର୍ଦ୍ଦେଶ ଜାରି କରାଯାଇଥିଲା, ତାହାକୁ ସରକାର ପ୍ରତ୍ୟାହାର କରିନେଇଥିବା ନେଇ ଏକ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଛନ୍ତି।

author-image
Jitendra Garnayak
HighCourt

ଚାଲାଣ ଭରି ନଥିଲେ ମଧ୍ୟ ମିଳିବ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ ବା ପିୟୁସିସି (PUCC)। ପିୟୁସିସି ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ମଙ୍ଗଳବାର ପରିବହନ କମିଶନଙ୍କ ତରଫରୁ ଦର୍ଶାଯାଇଥିବା ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ଦେଇଛନ୍ତି ଏହି ନିର୍ଦ୍ଦେଶ। ସେହିଭଳି ପିୟୁସିସି ନଥିଲେ ଗାଡ଼ିମାଲିକମାନଙ୍କୁ ପେଟ୍ରୋଲ/ଡିଜେଲ ବିକ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକୁ ରାଜ୍ୟ ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଫଳରେ ପିୟୁସିସି ନଥିଲେ ବି ପେଟ୍ରୋଲ/ଡିଜେଲ କ୍ରୟ କରିବାରେ ଗାଡ଼ିମାଲିକମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ। 

Advertisment

ଆବେଦନକାରୀ ଓକିଲ ରଞ୍ଜନ ରାଉତ କହିଛନ୍ତି, ପରିବହନ କମିଶନରଙ୍କ ତରଫରୁ କୁହାଯାଇଥିଲା ଯେ ସେକ୍ସନ ୧୬୭ ଅନୁଯାୟୀ ଚାଲାଣ ଭରି ନଥିଲେ ପିୟୁସିସି ଜାରି ନ କରିବାକୁ ନିର୍ଦ୍ଦେଶ ଦେବାକୁ ତାଙ୍କର କ୍ଷମତା ଅଛି। ସେହି ଯୁକ୍ତିକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ଓ କହିଥିଲେ ଯେ ଆଇନରେ ସେମିତି କିଛି ବ୍ୟବସ୍ଥା ନାହିଁ। ତେଣୁ ଚାଲାଣ କଟିଥିଲେ ବି ପିୟୁସି ସାର୍ଟିଫିକେଟ୍ ଜାରି କରାଯାଇପାରିବ ବୋଲି ତୁରନ୍ତ ବିଜ୍ଞପ୍ତି ଦେବାକୁ କୋର୍ଟ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଚାଲାଣ ବାକି ଥିଲେ ପିୟୁସି ସାର୍ଟିଫିକେଟ ଜାରି କରିବାରେ ବାହାନ ପୋର୍ଟାଲରେ କୌଣସି ଅସୁବିଧା ହେଉନାହିଁ ବୋଲି ଆସନ୍ତା ସପ୍ତାହରେ କୋର୍ଟକୁ ଅବଗତ କରାଇବାକୁ ପରିବହନ କମିଶନରଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ମୋଟାମୋଟି ଭାବେ ଚାଲାଣ ଥିଲେ ବି ପିୟୁସି ସାର୍ଟିଫିକେଟ୍ ମିଳିବ ବୋଲି ସେ କହିଛନ୍ତି। 

Advertisment

ସେହିପରି ଶ୍ରୀ ରାଉତ କହିଛନ୍ତି, ଆଉ ଗୋଟିଏ ପ୍ରସଙ୍ଗ ଥିଲା ଯେ ଯେଉଁମାନେ ପିୟୁସି ସାର୍ଟିଫିକେଟ୍ (PUCC) କରି ନଥିବେ ସେମାନଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ନ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ସନ୍ଦର୍ଭରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ହାଇକୋର୍ଟରେ ଏକ ସତ୍ୟାପାଠ ଦାଖଲ କରିଛନ୍ତି। ପିୟୁସି ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ/ଡିଜେଲ ମନା (NO PUCC NO petrol) ନେଇ ଯେଉଁ ନିର୍ଦ୍ଦେଶ ଜାରି କରାଯାଇଥିଲା, ତାହାକୁ ସେମାନେ ପ୍ରତ୍ୟାହାର କରିନେଇଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରିଥିଲେ। ତେବେ ପିୟୁସି ସାର୍ଟିଫିକେଟ୍ ନେଇ ଲୋକଙ୍କୁ ସଚେତନ କରିବାକୁ ଫୁଏଲ ପଏଣ୍ଟଗୁଡ଼ିକୁ କହିବାକୁ ତୈଳ କମ୍ପାନୀଗୁଡ଼ିକୁ କୁହାଯାଇଛି ବୋଲି ପରିବହନ ବିଭାଗ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା।  

No PUCC No petrol