Advertisment

ଚଳିତ ଖରିଫ ଋତୁରେ ସଂଗ୍ରହ ହୋଇଛି ୪୦ ଲକ୍ଷ ଟନ୍ ଧାନ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ୪୦ ଲକ୍ଷ୍ୟ ଟନ୍ ଧାନ ସଂଗ୍ରହ କରାଯାଇଛି। ଆଉ ଏହା ଗତବର୍ଷ ତୁଳନାରେ ୨୧% ଅଧିକ। ସେହିପରି ସଂଗୃହିତ ଧାନରୁ ୨୭ ଲକ୍ଷ ୨୦ ହଜାର ଟନ୍ ଚାଉଳ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। ସେଥିରୁ ମେ’ ୧୩ ତାରିଖ ସୁଦ୍ଧା ୧୪ ଲକ୍ଷ ୮୩ ହଜାର ଟନ୍ ଚାଉଳ ମିଲରମାନେ ଯୋଗାଇ ଦେଇଛନ୍ତି। ଗତବର୍ଷ ଏହି ସମୟ ମଧ୍ୟରେ ସଂଗ୍ରହ କରାଯାଇଥିବା ଚାଉଳଠାରୁ ଏହ ପରିମାଣ ୬୦% ଅଧିକ। […]

ଚଳିତ ଖରିଫ ଋତୁରେ ସଂଗ୍ରହ ହୋଇଛି ୪୦ ଲକ୍ଷ ଟନ୍ ଧାନ

dhana

Advertisment

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ୪୦ ଲକ୍ଷ୍ୟ ଟନ୍ ଧାନ ସଂଗ୍ରହ କରାଯାଇଛି। ଆଉ ଏହା ଗତବର୍ଷ ତୁଳନାରେ ୨୧% ଅଧିକ। ସେହିପରି ସଂଗୃହିତ ଧାନରୁ ୨୭ ଲକ୍ଷ ୨୦ ହଜାର ଟନ୍ ଚାଉଳ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। ସେଥିରୁ ମେ’ ୧୩ ତାରିଖ ସୁଦ୍ଧା ୧୪ ଲକ୍ଷ ୮୩ ହଜାର ଟନ୍ ଚାଉଳ ମିଲରମାନେ ଯୋଗାଇ ଦେଇଛନ୍ତି। ଗତବର୍ଷ ଏହି ସମୟ ମଧ୍ୟରେ ସଂଗ୍ରହ କରାଯାଇଥିବା ଚାଉଳଠାରୁ ଏହ ପରିମାଣ ୬୦% ଅଧିକ। ଶନିବାର ଏହି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ସଚିବ ମଧୁସୀଦନ ପାଢୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତମାନ ସୁଦ୍ଧା ସଂଗ୍ରହ କରାଯାଇଥିବା ଚାଉଳରୁ ୮ ଲକ୍ଷ ଟନ୍ ଏଫସିଆଇକୁ ଦିଆ ସରିଛି।

Advertisment

ସେ କହିଛନ୍ତି ଯେ ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ମିଲରମାନେ ଯେପରି ଅବଶିଷ୍ଟ ଚାଉଳ ଦେବେ ସେନେଇ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ରବି ଋତୁରେ ଶସ୍ୟ ସଂଗ୍ରହ ନେଇ ଆଜି ମୁଖ୍ୟ ଶାସନ ଶଚିବଙ୍କ ଅଧ୍ୟକ୍ଷତରେ ବସିଥିବା ବୈଠକରେ ଆଲୋଚନା ହୋଇଛି। ରବି ଋତୁରେ ୭ ଲକ୍ଷ ୩୦ ହଜାର ଚାଉଳ ପାଇଁ ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। ଅଧିକ ଧାନ ଉତ୍ପାଦନ ହେଉଥିବା ଜିଲ୍ଲାଗୁଡିକରେ ଚାଷୀଙ୍କ ପାଖରୁ ଏକର ପିଛା ୨୪ କୁଇଣ୍ଟାଲ ଧାନ କିଣାଯିବ ବୋଲି ଯୋଗାଣ ସଚିବ କହିଛନ୍ତି। ସେ କହିଛନ୍ତି ଯେ ରବି ଋତୁ ଧାନ ସଂଗ୍ରହର ସମୟସୀମା ଖୁବ୍ ସୀମୀତ। ଜୁନ୍ ୩୦ ତାରିଖ ସୁଦ୍ଧା ରବି ଋତୁ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଆବଶ୍ୟକ ପଡିଲେ ସପ୍ତାହରେ ୬ ଦିନ ଧାନ ସଂଗ୍ରହ ହେବ। ଏପରିକି ମଣ୍ଡି ସଂଖ୍ୟା ବଢାଇବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe