Advertisment

ବର୍ଷା ପାଣିରେ ଭିଜି ପାଠପଢ଼ୁଛନ୍ତି ୩୧୦ ପିଲା

ଆସ୍କା(ମନୋଜ ମୁନୀ): ୮ ଶ୍ରେଣୀ। ହେଲେ ସେମାନଙ୍କୁ ପାଠପଢ଼ାଇବାକୁ ଅଛନ୍ତି ମାତ୍ର ୬ ଶିକ୍ଷକ। ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନାହିଁ। ତେଣୁ ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କ୍ଲାସ୍ ଚାଲୁଛି। ମୁଣ୍ଡ ଉପରେ ସୁରକ୍ଷା ଦେବାକୁ ଥିବା ଆଜବେଷ୍ଟସ୍‌ ଭାଙ୍ଗି ରୁଜି ଯାଇଛି। ଏହି ବାଟରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦିଶୁଛି। ବର୍ଷା ହେଲେ ଶ୍ରେଣୀ ଗୃହରେ ପାଣି ଲହଡ଼ା ଭାଙ୍ଗୁଛି। ପାଣିରେ ଭିଜି ପାଠପଢ଼ୁଛନ୍ତି ୩୦୦ ପିଲା। ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାର […]

author-image
Niranjan Mishra
ଅଦ୍ୟତନ ହୋଇଛି
ବର୍ଷା ପାଣିରେ ଭିଜି ପାଠପଢ଼ୁଛନ୍ତି ୩୧୦ ପିଲା

anandapur

ଆସ୍କା(ମନୋଜ ମୁନୀ): ୮ ଶ୍ରେଣୀ। ହେଲେ ସେମାନଙ୍କୁ ପାଠପଢ଼ାଇବାକୁ ଅଛନ୍ତି ମାତ୍ର ୬ ଶିକ୍ଷକ। ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନାହିଁ। ତେଣୁ ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କ୍ଲାସ୍ ଚାଲୁଛି। ମୁଣ୍ଡ ଉପରେ ସୁରକ୍ଷା ଦେବାକୁ ଥିବା ଆଜବେଷ୍ଟସ୍‌ ଭାଙ୍ଗି ରୁଜି ଯାଇଛି। ଏହି ବାଟରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦିଶୁଛି। ବର୍ଷା ହେଲେ ଶ୍ରେଣୀ ଗୃହରେ ପାଣି ଲହଡ଼ା ଭାଙ୍ଗୁଛି। ପାଣିରେ ଭିଜି ପାଠପଢ଼ୁଛନ୍ତି ୩୦୦ ପିଲା। ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକରୁ ଆସିଛି। ଯେଉଁଠି ସରକାରୀ ସ୍କୁଲରେ ପିଲାମାନଙ୍କ ପାଠପଢ଼ାର ଦୟନୀୟ ଅବସ୍ଥା ସମାଲୋଚନାର ବିଷୟ ହୋଇଛି। ସ୍କୁଲ କମିଟି ଓ ପ୍ରଧାନଶିକ୍ଷକ ଅସୁବିଧା ସମ୍ପର୍କରେ ବାରମ୍ବାର ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ସାଂସଦ ଓ ଅନ୍ୟମାନଙ୍କୁ ଜଣାଇଥିଲେ ହେଁ ଫଳ ଶୂନ। ଆସ୍କା ବ୍ଲକ ହରଡ଼ାପଦର ଗ୍ରାମରେ ଥିବା ଆନନ୍ଦ ଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି।

Advertisment

ଏହା ୧୧୩ ବର୍ଷର ପୁରୁଣା ସ୍କୁଲ। ୧୯୧୩ ମସିହାରେ ସ୍ଥାପିତ ହୋଇଥିଲା। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ଏହି ଉଚ୍ଚ ପ୍ରାଥମିକ ସ୍କୁଲରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି। ହେଲେ ନା ଛାତ୍ରଛାତ୍ରୀଙ୍କ ନିମନ୍ତେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ଅଛି, ନା ବସିବା ନିମନ୍ତେ ଚେୟାରବେଞ୍ଚ। ଭଙ୍ଗା ଆଜବେଷ୍ଟସ୍ ଘରେ ବସି ପାଠପଢ଼ୁଛନ୍ତି ସମସ୍ତ ଛାତ୍ରଛାତ୍ରୀ। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ଉପରେ ଅନେକ ସମୟରେ ଭଙ୍ଗା ଆଜବେଷ୍ଟସ ଖଣ୍ଡ ଓ କାଠ ବହ୍ଲା ଖସି ପଡ଼ୁଛି। ସେମାନେ ଆହତ ହେଉଛନ୍ତି। ଅସରାଏ ବର୍ଷାରେ ସ୍କୁଲ ପରିସର ପାଣିରେ ଡୁବି ଯାଉଛି। ମଧ୍ୟାହ୍ନ ଭୋଜନ ଖାଇବାକୁ ଭଲ ସ୍ଥାନଟିଏ ମଧ୍ୟ ନାହିଁ। ଏଭଳି ଅସୁବିଧାରେ ପାଠପଢ଼ୁଥିବା ପିଲାମାନେ ନିଜର ଭବିଷ୍ୟତକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ସ୍କୁଲରେ ଗଣିତ, ବିଜ୍ଞାନ, ସାହିତ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଶିକ୍ଷକ ନାହାନ୍ତି। ଏହି ସ୍କୁଲରେ ପିଲାମାନଙ୍କ ଆବଶ୍ୟକତା ମୁତାବକ ୧୨ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ୬ ଜଣ ଶିକ୍ଷକ ରହିଛନ୍ତି। ୬ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି। ସରକାର ବିଭିନ୍ନ ସ୍କୁଲକୁ ସ୍ମାଟ୍ କରୁଥିବା ବେଳେ ଏହି ଶତାୟୁ ସ୍କୁଲ ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ବର୍ଷବର୍ଷ ଧରି ଶିକ୍ଷକ ବଦବୀ ଖାଲି ପଡ଼ିଥିଲେ ହେଁ ପୂରଣ କରାଯାଉନାହିଁ।

Advertisment

ଏନେଇ ୮ମ ଶ୍ରେଣୀର ଚିନ୍ମୟୀ ସ୍ୱାଇଁ କହିଛନ୍ତି, ମାଙ୍କଡ଼ ଉପଦ୍ରବ ଯୋଗୁ ସ୍କୁଲର ଶ୍ରେଣୀଗୃହଗୁଡ଼ିକ ଭାଙ୍ଗି ଯାଇଛି। ଆଜବେଷ୍ଟସ୍ ଭାଙ୍ଗି ଯାଇଥିବାରୁ ବର୍ଷା ଦିନେ ପାଠପଢ଼ା ବନ୍ଦ ରହୁଛି। ପିଲାମାନେ ତଳେ ବସି ପାଠପଢ଼ୁଛନ୍ତି। ଶିକ୍ଷକ ନ ଥିବାରୁ ସେମାନେ ଭଲ ମାର୍କ ରଖି ପାସ୍ କରିବେ ବୋଲି ଆଶା ନିରାଶାରେ ପରିଣତ ହୋଇଛି। ତୁରନ୍ତ ସରକାର ସ୍କୁଲକୁ ସ୍ମାଟ୍ ସ୍କୁଲ କରିବା ସହ ସମସ୍ତ ଶିକ୍ଷକ ପଦବୀ ପୂରଣ କରନ୍ତୁ। ଫଳରେ ଏଠାରେ ପିଲାମାନେ ଭଲଭାବେ ପାଠପଢ଼ି ଭଲ ମଣିଷ ହୋଇପାରିବେ।

[caption id="attachment_743811" align="aligncenter" width="650"]publive-image ଭାଙ୍ଗି ଯାଇଥିବା ଆଜବେଷ୍ଟସ୍ ଶ୍ରେଣୀ ଗୃହର ତଳେ ବସି ପାଠପଢ଼ୁଛନ୍ତି ଛାତ୍ରଛାତୀ।[/caption]

ଏନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାଳୁଚରଣ ସେଠୀ କହିଛନ୍ତି, ପିଲାମାନେ ବର୍ଷା ପାଣି ଭିତରେ ପଢ଼ୁଛନ୍ତି। ୩୧୦ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ସବ୍‌ଜେକ୍ଟ ଅନୁସାରେ ଶିକ୍ଷକ ନାହାନ୍ତି। ପାନୀୟଜଳ ସୁବିଧା ଓ ପାଇଖାନା ନାହିଁ। ବିପଦପୂର୍ଣ୍ଣ ଘରେ ବସି ପିଲାମାନେ ପାଠପଢ଼ୁଛନ୍ତି। ତେଣୁ ନୂଆ ପକ୍କା ଶ୍ରେଣୀ ଗୃହ ତିଆରି ହେବା ଆବଶ୍ୟକ ରହିଛି। ଅସୁବିଧା ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ପଦକ୍ଷେପ ନିଆଯାଉଛି। ଏବିଓ ଏବଂ ଅନ୍ୟ ଅଧିକାରୀ ସ୍ଥିତି ଦେଖି ଯାଇଥିଲେ ହେଁ ଚୁପ୍ ରହିଛନ୍ତି।

ସ୍କୁଲ ପରିଚାଳନା କମିଟି ସଭାପତି ସୂର୍ଯ୍ୟ ନାରାୟଣ ସାହୁ କହିଛନ୍ତି, ୧୦ ଥରରୁ ଅଧିକ ଥର ଏ ବାବଦରେ ଅଭିଯୋଗ ହୋଇସାରିଛି। ପୁନଶ୍ଚ ସ୍କୁଲ କମିଟି ବିଇଓ ଓ ଡିଇଓଙ୍କୁ ଭେଟି ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛି। ତେବେ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ବିପଦସଙ୍କୁଳ ଶ୍ରେଣୀଗୃହରେ ପିଲାମାନେ ପାଠ ପଢ଼ୁଛନ୍ତି। ଆବଶ୍ୟକ ଶିକ୍ଷକ ନ ଥିବାରୁ ଶିକ୍ଷାର ମାନ ନିମ୍ନ ହେଉଛି। ତୁରନ୍ତ ସରକାର ଏହା ଉପରେ ଦୃଷ୍ଟି ଦେବା ଜରୁରୀ।

ସୂଚନା ଥାଉକି, ହାଣ୍ଡିଏ ଭାତରୁ ଗୋଟିଏ ଭାତ ଚିପିଲା ଭଳି ଏହି ସରକାରୀ ସ୍କୁଲ ହେଉଛି ଗୋଟିଏ। ଏହି ବ୍ଲକରେ ଏଭଳି ଅନେକ ସ୍କୁଲରେ ଅଛି। ଯେଉଁଠାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ନାହିଁ। ନା ଆବଶ୍ୟକ ସଂଖ୍ୟକ ଭଲ ଶ୍ରେଣୀ ଗୃହ ଅଛି ନା ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଛନ୍ତି।