Advertisment

ଯୁକ୍ତ ଦୁଇ ପରୀକ୍ଷା; ୩ଟି ବିଷୟ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ୩ଟି ବିଷୟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ସେହି ବିଷୟଗୁଡ଼ିକ ହେଉଛି କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି। ଏସବୁ ବିଷୟର ପରୀକ୍ଷା ମେ’ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରି ମେ’ ୧୯ ବଦଳରେ ମେ’ ୩୧ ତାରିଖରେ କରିବାକୁ […]

ଅଦ୍ୟତନ ହୋଇଛି
ଚଳିତ ମାସ ବାହାରିବ ମାଟ୍ରିକ ରେଜଲ୍ଟ

plus-2-exam

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ୩ଟି ବିଷୟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ସେହି ବିଷୟଗୁଡ଼ିକ ହେଉଛି କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି।

Advertisment

ଏସବୁ ବିଷୟର ପରୀକ୍ଷା ମେ’ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରି ମେ’ ୧୯ ବଦଳରେ ମେ’ ୩୧ ତାରିଖରେ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। କାରଣ ବିଜ୍ଞାନ ବିଭାଗ ପିଲାଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ରହୁଛି। ତେଣୁ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପିରି ପରିବର୍ତ୍ତନ କରିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି। ଅନ୍ୟ ବିଷୟ ଗୁଡ଼ିକରେ କୌଣସି ପରିବର୍ତ୍ତନ ହୋଇ ନଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

Advertisment
+2 Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe