ସତରେ ଏମାନଙ୍କ ଭାଗ୍ୟ ବି ରାଜ୍ୟ ସରକାରଙ୍କ ଭଳି ହେଲାଣି। ନା ସରକାର ବଦଳୁଛି ନା ଏମାନଙ୍କ ଭାଗ୍ୟ। କିଛିଦିନ ତଳର ଏ ଦୃଶ୍ୟକୁ କେହି ଭୁଲି ନଥିବେ। କିଭଳି ନବରଙ୍ଗପୁରର ସୂର୍ଯ୍ୟ ହରିଜନ ଭତ୍ତା ଗଣ୍ଡକ ପାଇଁ ବୟସର ଅପରାହ୍ନରେ ସଂଘର୍ଷ କରୁଥିଲେ। ଏହି ଖବର ପ୍ରସାରଣ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନଜର ଯେବେ ୟାଙ୍କ ଉପରେ ପଡ଼ିଲା ତା ପରେ ଯାଇ ପ୍ରଶାସନର ବୁଦ୍ଧି ପଶିଲା।