Advertisment

ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ୍‌ ଦେଲେ ସିବିଆଇ କୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଆଜି ଜାମିନ ମିଳିଛି। ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ନିର୍ଦ୍ଦେଶକ ଚର୍ଚ୍ଚିତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ସ୍ୱତନ୍ତ୍ର CBI କୋର୍ଟ। ସର୍ତ୍ତମୂଳକ ଜାମିନ୍‌ରେ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ରହିଛି। ଏହାଛଡ଼ା ପ୍ରତି ୧୫ ଦିନରେ ଥରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା […]

ଅଦ୍ୟତନ ହୋଇଛି
ପାରାଦୀପ ପୋର୍ଟ ଲାଞ୍ଚ ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ୍‌ ଦେଲେ ସିବିଆଇ କୋର୍ଟ

charchita

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଆଜି ଜାମିନ ମିଳିଛି। ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ନିର୍ଦ୍ଦେଶକ ଚର୍ଚ୍ଚିତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ସ୍ୱତନ୍ତ୍ର CBI କୋର୍ଟ। ସର୍ତ୍ତମୂଳକ ଜାମିନ୍‌ରେ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ରହିଛି। ଏହାଛଡ଼ା ପ୍ରତି ୧୫ ଦିନରେ ଥରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଥାଉକି, ଗତ ମାସ ୨୭ ତାରିଖରେ ଏହି ମାମଲାରେ ସିବିଆଇର ୨ଟି ଆବେଦନ ଖାରଜ ହୋଇଥିଲା। OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କୁ ପୁଣି ରିମାଣ୍ଡରେ ନେବା ଓ ତାଙ୍କର ଭଏସ ଟେଷ୍ଟ କରିବା ନେଇ ସିବିଆଇର ଆବେଦନକୁ କୋର୍ଟ ଖାରଜ କରିଥିଲେ।

ଗତ ମାସ ୬ ତାରିଖରେ ଚର୍ଚ୍ଚିତଙ୍କୁ ଗିରଫ କରିଥିଲା ସିବିଆଇ। ଏହା ପୂର୍ବଦିନ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର, OSL  ଅପରେସନ ଡିଜିଏମ୍‌, କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଓ ଜଣେ ଠିକାରଦାରଙ୍କୁ ମିଶାଇ ମୋଟ  ୪ ଜଣଙ୍କୁ ସିବିଆଇ ଗିରଫ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe