Advertisment

Choudwar Jail: ଚୌଦ୍ୱାର ଜେଲ୍‌ରୁ କେମିତି ଗାଏବ ହୋଇଗଲା କଏଦୀଙ୍କ ସୁନା ଅଳଙ୍କାର ?

ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଓ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିବାଦ ଭିତରେ ଏକ ଫଟୋକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଫଟୋରେ ରହିଛନ୍ତି ପୂର୍ବତନ କଏଦୀ ତଥା ମାହାଙ୍ଗା ଅଞ୍ଚଳର ମହିଳା ଇତିଶ୍ରୀ ମହାନ୍ତି ଓ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ।

Jail
Advertisment

ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଓ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିବାଦ ଭିତରେ ଏକ ଫଟୋକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଫଟୋରେ ରହିଛନ୍ତି ପୂର୍ବତନ କଏଦୀ ତଥା ମାହାଙ୍ଗା ଅଞ୍ଚଳର ମହିଳା ଇତିଶ୍ରୀ ମହାନ୍ତି ଓ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ। ଇତିଶ୍ରୀଙ୍କୁ ଜେଲରେ ହଜିଥିବା ତାଙ୍କ ସୁନା ଅଳଙ୍କାର ବଦଳରେ ଲକ୍ଷେ ୯୦ ହଜାର ଟଙ୍କା ଦେଉଛନ୍ତି ଅଧୀକ୍ଷକ। ଯାହାର ଫଟୋ ଉଠାଯାଇ ପ୍ରମାଣ ରଖାଯାଇଛି। ତେବେ ପ୍ରଶ୍ନ ଉଠୁଛି, ଜେଲ କର୍ତ୍ତୃପକ୍ଷ ସୁନା ବଦଳରେ ଟଙ୍କା କାହିଁକି ଦେଲେ? ମହିଳା କଏଦୀଙ୍କ ସୁନା ଅଳଙ୍କାର ଗଲା କୁଆଡେ ? ସୁନା ଯଦି ଜେଲ କର୍ତ୍ତୃପକ୍ଷ ରଖି ନଥିଲେ ତେବେ ଟଙ୍କା ଦେଲେ କାହିଁକି ? ଏ ଟଙ୍କା କାହାର, ଜେଲ ଅଧ୍ୟକ୍ଷ ତାଙ୍କ ପକେଟରୁ ଦେଲେ ନା ଜେଲର ଟଙ୍କା ? ଜେଲ୍ ମାନୁଆଲରେ ଅଛି କି ସୁନା ବଦଳରେ ଟଙ୍କା ଦେବା ? ଏନେଇ ଜେଲ୍ ଡିଜି କିନ୍ତୁ ଚୁପ୍। ଖାଲି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି, ଅପେକ୍ଷା କର। କେବଳ ଏତିକି ନୁହେଁ, ଜେଲରେ ବ୍ୟବସ୍ଥା ସୁଧାରିବା ବଦଳରେ ଗଣମାଧ୍ୟମ ଉପରେ ଝାଡିଛନ୍ତି କ୍ଷୋଭ।

Advertisment

ମାହାଙ୍ଗା ଥାନା ଅଂଚଳର ଇତିଶ୍ରୀ ମହାନ୍ତି ଏକ ମାମଲାରେ ବିଚାରାଧୀନ କଏଦୀ ଭାବେ ଗତ ସେପ୍ଟେମ୍ବର ୨୩ ତାରିଖରେ ଚୌଦ୍ଵାର ଜେଲ ଆସିଥିଲେ। ସେ ପିନ୍ଧିଥିବା ସୁନା ମୁଦି, କାନ ଫୁଲ ଓ ନାକର ସୁନା ଅଳଙ୍କାର ଜେଲରେ ଥିବା ସିସିଟିଭି ସାମ୍ନାରେ ତାଙ୍କ ଠାରୁ ଜେଲ କର୍ମଚାରୀ ନେଇଥିଲେ। ତିନିମାସ ଜେଲରେ ରହି ଡିସେମ୍ବର ୨୩ରେ ଜାମିନରେ ବାହାରିଥିଲେ ଇତିଶ୍ରୀ। ହେଲେ ଜେଲ କର୍ତ୍ତୃପକ୍ଷ ରଖିଥିବା ଅଳଙ୍କାର ତାଙ୍କୁ ଫେରାଇ ନଥିଲେ।

ଇତିଶ୍ରୀ ଅଭିଯୋଗ କରିଛନ୍ତି, ସର୍କଲ ଜେଲ୍ ବରିଷ୍ଠ ଅଧିକ୍ଷକ ସୁଜିତ୍ କୁମାର ରାଉଳ ତାଙ୍କୁ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ବିରୋଧରେ ସୁନା ଚୋରି ନେଇ ମିଥ୍ୟା ମାମଲା ଦେଲେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥଲେ। ଏଥିରେ ସେ ରାଜି ନହେବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ଇତିଶ୍ରୀ। ଏନେଇ ପୋଲିସ ତଦନ୍ତ କରୁଥିବା ବେଳେ ମଙ୍ଗଳବାର ଅଧିକ୍ଷକ ଇତିଶ୍ରୀଙ୍କୁ ଡାକି ସୁନା ବଦଳରେ ୧ଲକ୍ଷ ୯୦ ହଜାର ଟଙ୍କା ଦେଇଥିଲେ।

Advertisment

ପୂର୍ବରୁ ଜାନୁଆରୀ ୧୭ ତାରିଖରେ ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ବିରୋଧରେ କାଗଜପତ୍ର ଜାଲିଆତି କରିବା ନେଇ ଅଭିଯୋଗ କରିଥିଲେ। ପରେ ସନ୍ତୋଷିନୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ ଅଧୀକ୍ଷକ। ଏଥିରେ ସେ ଦର୍ଶାଇଥିଲେ ଯେ, କଏଦୀ ଇତିଶ୍ରୀଙ୍କ ସୁନା ଅଳଙ୍କାର ଗାଏବ ପଛରେ ତତ୍‌କାଳୀନ ଜେଲର ସନ୍ତୋଷିନୀ ଦାସ ଦାୟୀ। ଏବେ ସୁନା ବଦଳରେ ଇତିଶ୍ରୀଙ୍କୁ ଟଙ୍କା ଦେଇଛନ୍ତି ଖୋଦ୍ ଅଧୀକ୍ଷକ।

ପୂର୍ବତନ ଜେଲର ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିବାଦରେ ଛନ୍ଦି ହୋଇପଡିଥିବା ଚୌଦ୍ୱାର ମଣ୍ଡଳ କାରାଗାରରେ କେବେ ସୁଧାର ଆସିବ ସେନେଇ ଉଠିଛି ବଡ ପ୍ରଶ୍ନ ।

କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ସହିତ ଚୌଦ୍ଵାରରୁ ପ୍ରକାଶ କୁମାର ନାୟକଙ୍କ ରିପୋର୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe