Advertisment

ଓଡ଼ିଶାରେ ଚେଲା କୁମାର, ଚାଲିଛି କଂଗ୍ରେସର ମାନସ ମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦକୁ ନେଇ ଚାଲିଛି ଅଙ୍କକଷା। କିଏ ହେବ ନୂଆ ମୁଖିଆ, ରାଜ୍ୟରେ କିଏ  ଧରିବେ ବୁଡ଼ି ଯାଉଥିବା  କଂଗ୍ରେସର ମଙ୍ଗ, ତାକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା।  କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲା କୁମାର ଆଜି ଓଡ଼ିଶାରେ ପହଞ୍ଚିଥିବା ବେଳେ କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ । ଚେଲା କୁମାର  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ପୃଥକ ଭାବେ ଆଲୋଚନା […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ଚେଲା କୁମାର, ଚାଲିଛି କଂଗ୍ରେସର ମାନସ ମନ୍ଥନ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦକୁ ନେଇ ଚାଲିଛି ଅଙ୍କକଷା। କିଏ ହେବ ନୂଆ ମୁଖିଆ, ରାଜ୍ୟରେ କିଏ  ଧରିବେ ବୁଡ଼ି ଯାଉଥିବା  କଂଗ୍ରେସର ମଙ୍ଗ, ତାକୁ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା।  କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲା କୁମାର ଆଜି ଓଡ଼ିଶାରେ ପହଞ୍ଚିଥିବା ବେଳେ କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ ।

Advertisment

ଚେଲା କୁମାର  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ପୃଥକ ଭାବେ ଆଲୋଚନା କରିଛନ୍ତି । ଏଥିସହ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ପ୍ରଭାରୀ ଚେଲା କୁମାରଙ୍କ ସହିତ ସହ ପ୍ରଭାରୀ ରୁଦ୍ର ରାଜୁ ମଧ୍ୟ ଉପସ୍ଥିତ ଅଛନ୍ତି ।

ଓଡ଼ିଶାର କଂଗ୍ରେସ ବିଧାୟକମାନେ ମୁଖ୍ୟତଃ ୨ଟି ଦାବି ପୂର୍ବରୁ ରଖି ଆସୁଥିବା ବେଳେ ଆଜି ତାହା ଉପରେ ଆଲୋଚନା ହେଉଥିବା ଜଣାଯାଇଛି। ପ୍ରଥମତଃ ପିସିସି ସଭାପତି ଭାବେ ଜଣେ ବିଧାୟକ ନିଯୁକ୍ତ ହୁଅନ୍ତୁ ବୋଲି କଂଗ୍ରେସ ବିଧାୟକ ଦାବି କରୁଥିବା ବେଳେ ବିରୋଧି ଦଳ ନେତା ପରିବର୍ତ୍ତନ କରିବାକୁ ମଧ୍ୟ ଦାବି ଜଣାଇଛନ୍ତି। ଆଲୋଚନା ବେଳର ସବିଶେଷ ତଥ୍ୟ ହାଇକମାଣ୍ଡକୁ ଦିଆଯିବ । ଏହାପରେ ପାର୍ଟି ହାଇକମାଣ୍ଡ ଯାହା ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଚେଲା କୁମାର କହିଛନ୍ତି ।

Advertisment

୨୦୧୯ରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ବି ଏଯାବତ ଗ୍ରହଣ କରାଯାଇନି । ଏନେଇ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଚେଲା କୁମାର ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଆଲୋଚନା ପରେ ବିଧାୟକମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ଚେଲା କୁମାର । ବିଧାୟକ ତାରା ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନାଙ୍କ ସମେତ ୬ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା ହେବ ବୋଲି ଜଣାଯାଇଛି।  ପ୍ରଭାରୀଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେଲା ।  ପ୍ରଭାରୀ  ବୈଠକରେ ଉପସ୍ଥିତ ନେତାଙ୍କ ମତାମତ ଶୁଣିଲେ ବୋଲି କହିଛନ୍ତି ବିରୋଧି ଦଳ ନେତା  ନରସିଂହ ମିଶ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe