Advertisment

କେମିଷ୍ଟ୍ରି ଶିକ୍ଷକଙ୍କ କଳା କାରନାମା, ବାନ୍ଧିଲା ପୁଲିସ୍‌

ନବରଙ୍ଗପୁର(ନବଘନ ବିଶୋୟୀ): କେମିଷ୍ଟ୍ରି ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନବରଙ୍ଗପୁର ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀମାନେ। ଲ୍ୟାବ୍‌ରେ ଥିବାବେଳେ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ସେମାନଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ଯୁକ୍ତ ୨ ଛାତ୍ରୀମାନେ। ଏନେଇ ନବରଙ୍ଗପୁର ସଦର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଯୁକ୍ତ ୨ ଛାତ୍ରୀମାନେ ଲ୍ୟାବ୍‌କୁ ଯାଉଥିବା […]

author-image
Niharika Rout
କେମିଷ୍ଟ୍ରି ଶିକ୍ଷକଙ୍କ କଳା କାରନାମା, ବାନ୍ଧିଲା ପୁଲିସ୍‌

teacher

ନବରଙ୍ଗପୁର(ନବଘନ ବିଶୋୟୀ): କେମିଷ୍ଟ୍ରି ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନବରଙ୍ଗପୁର ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀମାନେ। ଲ୍ୟାବ୍‌ରେ ଥିବାବେଳେ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ସେମାନଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ଯୁକ୍ତ ୨ ଛାତ୍ରୀମାନେ। ଏନେଇ ନବରଙ୍ଗପୁର ସଦର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି।

Advertisment

ଅଭିଯୋଗ ଅନୁଯାୟୀ, ଯୁକ୍ତ ୨ ଛାତ୍ରୀମାନେ ଲ୍ୟାବ୍‌କୁ ଯାଉଥିବା ବେଳେ ସେଠାରେ ସେମାନଙ୍କୁ ପଢ଼ାଇବା ବାହାନାରେ ଶିକ୍ଷକ ଅମର କୁମାର ନାଥ ଅଶାଳୀନ ମନ୍ତବ୍ୟ ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏହା ଛାତ୍ରୀମାନଙ୍କ ପକ୍ଷେ ଅସହ୍ୟ ହେବାରୁ ଏନେଇ ସେମାନେ  ଗତ ୫ ତାରିଖରେ ସ୍କୁଲ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ । ଗତକାଲି ନବରଙ୍ଗପୁରର ଆଇଟିଡିଏ କର୍ତ୍ତୃପକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ମଙ୍ଗଳ ଅଧିକାରୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।

ଏହାପରେ ବି ଘଟଣା ଅଧିକ ବିବାଦୀୟ ହେବାରୁ ଶିକ୍ଷକଜଣକ ଗତକାଲି ନିଜ ଇସ୍ତଫା ପ୍ରିନ୍ସିପାଲଙ୍କ ନିକଟକୁ ପଠାଇଥିଲେ। ଏହାପରେ ସନ୍ଧ୍ୟାରେ ଛାତ୍ରୀମାନେ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ତାଙ୍କୁ କାଲି ବାନ୍ଧିଛି।

Advertisment