ପୁରୀ(ମଧୁସୂଦନ ମିଶ୍ର): ଛତିଶା ନିଯୋଗ ବୈଠକ ବର୍ଜନ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ପାଇଁ ଉଲ୍ଲେଖ ଥିବା ଅଭିଯୋଗ କରି ବୈଠକ ବର୍ଜନ କରିଛନ୍ତି ସେବାୟତ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୌଣସି ବଂଶାନୁକ୍ରମିକ ସେବା ଉଚ୍ଛେଦ କରାଯାଇନାହିଁ। କିନ୍ତୁ ସଂଖ୍ୟା ସୀମିତ କରାଯାଇଛି। ଏହାବ୍ୟତୀତ ବି.ଡି. ଶର୍ମାଙ୍କ ରିପୋର୍ଟକୁ କେବଳ ଉଦାହରଣ ଭାବେ ସତ୍ୟପାଠରେ ସଂଲଗ୍ନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
ଗତ ୨୪ ତାରିଖରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ବିବାଦ ଦେଖାଦେଇଛି। ଗତ ରାତିରେ ଶ୍ରୀମନ୍ଦିର ଭିତରେ ସେବାୟତ ସମାଜର ଏକ ଜରୁରୀ ବୈଠକ ହୋଇଥିଲା। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ସେବାୟତ ନିଯୋଗର ମତାମତ ନିଆ ନ ଯାଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ବିରୋଧ କରିଥିଲେ। ଏହାସହ ଏହା ଉପରେ ପୁନଃବିଚାର କରା ନ ଗଲେ ସମୂହ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କାହା ଅନୁମତିରେ ଘର ଉପରେ ଲାଗିଛି ଭିଏଚ୍ଏଫ୍?
ସମୁଦ୍ର କୂଳିଆ ଏହି ଦୁଇ ବ୍ଲକର ଅନେକଙ୍କ ଘର ଛାତରେ ଖଞ୍ଜାଯାଇଛି VHF। ଯାହାଦ୍ୱାରା ଅନୁପ୍ରବେଶକାରୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ। ଏହାକୁ ବିଶେଷତଃ ସାମୁଦ୍ରିକ ପୁଲିସ ଓ ତଟରକ୍ଷୀ ବାହିନୀ ବ୍ୟବହାର କରିଥାନ୍ତି।
Politics
ବିଷ୍ଣୁପଦଙ୍କ ହାତ ଛାଡ଼ିଦେଲେ ସରକାର! ଏବେ ସିବିଆଇ ଆକ୍ସନ ଉପରେ ନଜର
ବିଷ୍ଣୁପଦଙ୍କ ହାତରେ ଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ କାଢ଼ିନେଇଛନ୍ତି ସରକାର। ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେବେ କି? ଆରମ୍ଭ ହେବ କି ବିଭାଗୀୟ ପ୍ରୋସିଡିଂ?
Politics
ଶ୍ୱଶୁରଙ୍କ ଋଣ ଶୁଝୁଛନ୍ତି, ଦିଲ୍ଲୀରେ ବାଂଟିଲେ ଚିଲିକା ଚିଙ୍ଗୁଡ଼ି
ଆଇପିଏସ୍ ଶ୍ୱଶୁରଙ୍କ କେନ୍ଦ୍ରରେ ନିଯୁକ୍ତି ଖୁସିରେ ଦିଲ୍ଲୀ ଦରବାରରେ କୁଆଡ଼େ ଚିଲିକା ବାଣ୍ଟିଛନ୍ତି ପୂର୍ବତନ ବିଜେଡି ସାଂସଦ। ଦିଲ୍ଲୀରେ କିଛି ବିଜେପି ନେତାଙ୍କ ଘରେ ବି ଏହି ଚିଙ୍ଗୁଡ଼ି ବଂଟାଯାଇଥିବା ଚର୍ଚ୍ଚା ହେଉଛି।
Crime
ରେଲୱେରେ ଜାଲ୍ ନିଯୁକ୍ତିପତ୍ର ଦେଲେ, ଜାଲ୍ ଟ୍ରେନିଂ ଦେଲେ...
ରେଳବାଇରେ ଚାକିରି କରାଇ ଦେବାକୁ କହି ମାଆ-ପୁଅଙ୍କ ଗ୍ୟାଙ୍ଗ୍ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଅଭିଯୁକ୍ତ ପୁଅ ବନ୍ଧା ହୋଇଥିବାବେଳେ ମାଆ ଫେରାର୍।
Crime
ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଲେ ଜିଲ୍ଲାପାଳ
୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶ ଛୁଟି ପାଇଁ ଆବେଦନ କରିଥିଲେ।