Advertisment

ଛତିଶା ନିଯୋଗ ବୈଠକ ବର୍ଜନ କଲେ ଶ୍ରୀମନ୍ଦିର ସେବାୟତ

ପୁରୀ(ମଧୁସୂଦନ ମିଶ୍ର):  ଛତିଶା ନିଯୋଗ ବୈଠକ ବର୍ଜନ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ପାଇଁ ଉଲ୍ଲେଖ ଥିବା ଅଭିଯୋଗ କରି ବୈଠକ ବର୍ଜନ କରିଛନ୍ତି ସେବାୟତ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୌଣସି ବଂଶାନୁକ୍ରମିକ ସେବା ଉଚ୍ଛେଦ କରାଯାଇନାହିଁ। କିନ୍ତୁ ସଂଖ୍ୟା ସୀମିତ କରାଯାଇଛି। ଏହାବ୍ୟତୀତ ବି.ଡି. ଶର୍ମାଙ୍କ ରିପୋର୍ଟକୁ କେବଳ ଉଦାହରଣ ଭାବେ ସତ୍ୟପାଠରେ ସଂଲଗ୍ନ କରାଯାଇଛି ବୋଲି […]

ଛତିଶା ନିଯୋଗ ବୈଠକ ବର୍ଜନ କଲେ ଶ୍ରୀମନ୍ଦିର ସେବାୟତ

srimandir

Advertisment

ପୁରୀ(ମଧୁସୂଦନ ମିଶ୍ର):  ଛତିଶା ନିଯୋଗ ବୈଠକ ବର୍ଜନ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ପାଇଁ ଉଲ୍ଲେଖ ଥିବା ଅଭିଯୋଗ କରି ବୈଠକ ବର୍ଜନ କରିଛନ୍ତି ସେବାୟତ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୌଣସି ବଂଶାନୁକ୍ରମିକ ସେବା ଉଚ୍ଛେଦ କରାଯାଇନାହିଁ। କିନ୍ତୁ ସଂଖ୍ୟା ସୀମିତ କରାଯାଇଛି। ଏହାବ୍ୟତୀତ ବି.ଡି. ଶର୍ମାଙ୍କ ରିପୋର୍ଟକୁ କେବଳ ଉଦାହରଣ ଭାବେ ସତ୍ୟପାଠରେ ସଂଲଗ୍ନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Advertisment

ଗତ ୨୪ ତାରିଖରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ବିବାଦ ଦେଖାଦେଇଛି। ଗତ ରାତିରେ ଶ୍ରୀମନ୍ଦିର ଭିତରେ ସେବାୟତ ସମାଜର ଏକ ଜରୁରୀ ବୈଠକ ହୋଇଥିଲା। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ସେବାୟତ ନିଯୋଗର ମତାମତ ନିଆ ନ ଯାଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବାରୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ବିରୋଧ କରିଥିଲେ। ଏହାସହ ଏହା ଉପରେ ପୁନଃବିଚାର କରା ନ ଗଲେ ସମୂହ ଇସ୍ତଫା ଦେବେ ବୋଲି ଧମକ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe