Advertisment

ଭୁଲ୍‌ ମାନିଲା ଛତିଶଗଡ଼, କହିଲା- ଭବିଷ୍ୟତରେ ଆଉ ଏପରି ହେବନି

ମାଲକାନଗିରି(ଜିତେନ୍ଦ୍ର ବେଉରା): ‘ଓଡ଼ିଶା ସୀମାରେ ପଶିବା ଆମର ଭୁଲ୍‌ ହୋଇଗଲା। ଏଥିପାଇଁ ଆମେ ଦୁଃଖିତ । ଭବିଷ୍ୟତରେ ଆଉ ଏପରି ଭୁଲ୍‌କୁ ଦୋହରାଇବୁ ନାହିଁ ।’ ଗତକାଲି ଓଡ଼ିଶା ଓ ଛତିଶଗଡ଼ ଜିଲ୍ଲା ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଏପରି ନିଜ ଭୁଲ୍‌କୁ ସ୍ୱୀକାର କରିଛନ୍ତି ଛତିଶଗଡ଼ ସରକାର । ହେଲେ ପ୍ରଥମେ ଶହ ଶହ ମୂଲ୍ୟବାନ ଗଛ କାଟି ପଦା କରିବା ପରେ ଭୁଲ୍‌ ସ୍ୱୀକାର କରିବାର ତାତ୍ପର୍ଯ୍ୟ କ’ଣ, ଏହାର ଭରଣା କିପରି […]

ଅଦ୍ୟତନ ହୋଇଛି
ଭୁଲ୍‌ ମାନିଲା ଛତିଶଗଡ଼, କହିଲା- ଭବିଷ୍ୟତରେ ଆଉ ଏପରି ହେବନି

mathili

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ‘ଓଡ଼ିଶା ସୀମାରେ ପଶିବା ଆମର ଭୁଲ୍‌ ହୋଇଗଲା। ଏଥିପାଇଁ ଆମେ ଦୁଃଖିତ । ଭବିଷ୍ୟତରେ ଆଉ ଏପରି ଭୁଲ୍‌କୁ ଦୋହରାଇବୁ ନାହିଁ ।’ ଗତକାଲି ଓଡ଼ିଶା ଓ ଛତିଶଗଡ଼ ଜିଲ୍ଲା ପ୍ରଶାସନ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଏପରି ନିଜ ଭୁଲ୍‌କୁ ସ୍ୱୀକାର କରିଛନ୍ତି ଛତିଶଗଡ଼ ସରକାର । ହେଲେ ପ୍ରଥମେ ଶହ ଶହ ମୂଲ୍ୟବାନ ଗଛ କାଟି ପଦା କରିବା ପରେ ଭୁଲ୍‌ ସ୍ୱୀକାର କରିବାର ତାତ୍ପର୍ଯ୍ୟ କ’ଣ, ଏହାର ଭରଣା କିପରି ହେବ ସେ ନେଇ କିଛି ସ୍ପଷ୍ଟ ହୋଇନି।

Advertisment

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ପୂର୍ବେ ଚିନ୍ତାଳନାଡ଼ ଗ୍ରାମର ବହୁ ଲୋକ ମାଥିଲି ବ୍ଲକର ଟେମେରୁପଲ୍ଲୀରେ ପ୍ରବେଶ କରିଥିଲେ। ଏହାପରେ ଉକ୍ତ ଅଞ୍ଚଳକୁ ନିଜର କହି ସେମାନେ ପ୍ରାୟ ୩ କିମିରୁ ଊର୍ଦ୍ଧ୍ୱ ଅଞ୍ଚଳ ପର୍ଯ୍ୟନ୍ତ ଶହ ଶହ ମୂଲ୍ୟବାନ କାଟି ସଫା କରିଦେଇଥିଲେ।  ଏପରିକି ସ୍ଥାନୀୟ ଲୋକଙ୍କ ବାରଣକୁ ବି ଖାତିର କରି ନ ଥିଲେ। ।  ଜଙ୍ଗଲ କାଟି  ଜମି ପ୍ରସ୍ତୁତ କରି  ଏଠାରେ ଜନବସତି କରିବାକୁ ସେମାନେ ଏପରି ଯୋଜନା କରୁଥିବା ଜଣାପଡ଼ିଛି।

ଖବର ପାଇ ମାଥିଲି ତହସିଲଦାର  ଓ  ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।  ଏହାପରେ ଏନଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇ ଘଟଣାର ସମାଧାନ କରାଯିବ ବୋଲି ସ୍ଥିର କରାଗଲା।

Advertisment

[caption id="attachment_768807" align="aligncenter" width="596"]pic ଛତିଶଗଡ଼ବାସୀ ମାଥିଲିରେ ପ୍ରବେଶ କରି ଜଙ୍ଗଲ ପଦା କରିଛନ୍ତି।[/caption]

ଗତକାଲି ଉଭୟ  ମାଲକାନଗିରି ଜିଲ୍ଲା ପ୍ରଶାସନର ରାଜସ୍ୱ, ବନ ବିଭାଗ ଅଧିକାରୀ ଓ ମାଥିଲି ତହସିଲଦାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଛତିଶଗଡ଼ ପକ୍ଷରୁ ସୁକୁମାର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଦୀର୍ଘ ସମୟ ଆଲୋଚନା ପରେ ଉକ୍ତ ସୀମା ଓଡ଼ିଶାର ବୋଲି ସ୍ୱୀକାର କରିଥିଲା ଛତିଶଗଡ଼ ପ୍ରଶାସନ । ଏଥିସହ ଓଡ଼ିଶା ସୀମାରେ ପଶି ଗଛ କାଟି ଭୁଲ୍‌ କରିଥିବା ସ୍ୱୀକାର କରିଛି।

ତେବେ ଛତିଶଗଡ଼ ପକ୍ଷରୁ ବାରମ୍ବାର ଏପରି ଭୁଲ୍‌ କରାଯାଉଥିବାରୁ ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ଅଞ୍ଚଳବାସୀ। ଏଥିସହ ସମ୍ପୃକ୍ତ ଅଞ୍ଚଳ ଚତୁଃପାର୍ଶ୍ୱରେ ତାରବାଡ଼ ବୁଲାବାକୁ ଦାବି ହୋଇଛି, ଯାହାଦ୍ୱାରା ଛତିଶଗଡ଼ ପକ୍ଷରୁ ଓଡ଼ିଶା ସୀମାକୁ ଅନୁପ୍ରବେଶ କରିହେବ ନାହିଁ।

ଏଥିସହ ଓଡ଼ିଶା ସୀମାରେ ପଶି ମୂଲ୍ୟବାନ ଗଛ କାଟିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe