Advertisment

ଆନ୍ଧ୍ର ଫର୍ମୁଲା ଆପଣାଇଲା ଛତିଶଗଡ଼, ମାଥିଲି ଜଙ୍ଗଲ ସଫା କରିଦେଲା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଓଡ଼ିଶା ସୀମାରେ ବଢ଼ିଚାଲିଛି ଅନୁପ୍ରବେଶ। କୋଟିଆ ଦଖଲ କରିବାକୁ ଆନ୍ଧ୍ରପ୍ରଦେଶ ଦୀର୍ଘ ଦିନ ହେଲା ଜାଲ ବିଛାଇ ଚାଲିଥିବା ବେଳେ ଏବେ ସମାନ ରଣନୀତି ଆପଣାଇଛି ଛତିଶଗଡ଼। ଛତିଶଗଡ଼ ମଧ୍ୟ ଓଡ଼ିଶା ସୀମାରେ ପ୍ରବେଶ କରିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି କାମ ଆରମ୍ଭ କରିଦେଲାଣି। କୋରାପୁଟ ଜିଲ୍ଲା କୋଟିଆ ଦଖଲ କରି ଓଡ଼ିଶା ଉପରେ ନିଜ୍‌ ହକ୍‌ ଜମାଇବାକୁ ଆନ୍ଧ୍ର ଚେଷ୍ଟାରତ ଥିବା ବେଳେ ଏବେ ଛତିଶଗଡ଼ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ […]

ଅଦ୍ୟତନ ହୋଇଛି
ଆନ୍ଧ୍ର ଫର୍ମୁଲା ଆପଣାଇଲା ଛତିଶଗଡ଼, ମାଥିଲି ଜଙ୍ଗଲ ସଫା କରିଦେଲା

jungle

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ଓଡ଼ିଶା ସୀମାରେ ବଢ଼ିଚାଲିଛି ଅନୁପ୍ରବେଶ। କୋଟିଆ ଦଖଲ କରିବାକୁ ଆନ୍ଧ୍ରପ୍ରଦେଶ ଦୀର୍ଘ ଦିନ ହେଲା ଜାଲ ବିଛାଇ ଚାଲିଥିବା ବେଳେ ଏବେ ସମାନ ରଣନୀତି ଆପଣାଇଛି ଛତିଶଗଡ଼। ଛତିଶଗଡ଼ ମଧ୍ୟ ଓଡ଼ିଶା ସୀମାରେ ପ୍ରବେଶ କରିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି କାମ ଆରମ୍ଭ କରିଦେଲାଣି।

Advertisment

କୋରାପୁଟ ଜିଲ୍ଲା କୋଟିଆ ଦଖଲ କରି ଓଡ଼ିଶା ଉପରେ ନିଜ୍‌ ହକ୍‌ ଜମାଇବାକୁ ଆନ୍ଧ୍ର ଚେଷ୍ଟାରତ ଥିବା ବେଳେ ଏବେ ଛତିଶଗଡ଼ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦେଇ ପ୍ରବେଶ ପାଇଁ ଆରମ୍ଭ କରିଛି ପ୍ରୟାସ । ଏଥିନିମନ୍ତେ ଛତିଶଗଡ଼ର ସୀମାନ୍ତ ଚିନ୍ତାଳନାଡ଼ ଗ୍ରାମବାସୀ ମାଥିଲି ବ୍ଲକର ଟେମେରୁପଲ୍ଲୀରେ  ଶହ ଶହ ଏକର ଜଙ୍ଗଲ କାଟି ସଫା କରିଦେଇଛନ୍ତି। ପ୍ରାୟ ୭ ଦିନ ଧରି ଏପରି ଘଟଣା ଘଟିଚାଲିଥିବା ବେଳେ ଏବେ ପ୍ରଶାସନର ନିଦ ଭାଙ୍ଗିଛି।

ସୂଚନା ଅନୁଯାୟୀ, ପ୍ରାୟ ସପ୍ତାହେ ପୂର୍ବେ ଚିନ୍ତାଳନାଡ଼ ଗ୍ରାମର ବହୁ ଲୋକ ମାଥିଲି ବ୍ଲକର ଟେମେରୁପଲ୍ଲୀରେ ପ୍ରବେଶ କରିଥିଲେ। ଏହାପରେ ଉକ୍ତ ଅଞ୍ଚଳକୁ ନିଜର କହି ସେମାନେ ଶହ ଶହ ଏକର ଜଙ୍ଗଲ କାଟି ସଫା କରିଦେଇଛନ୍ତି।  ପ୍ରାୟ ୩ କିମିରୁ ଊର୍ଦ୍ଧ୍ୱ ଅଞ୍ଚଳ ପର୍ଯ୍ୟନ୍ତ ବହୁ ମୂଲ୍ୟବାନ  ଗଛ ଧରାଶାୟୀ ହୋଇ ପଡ଼ି ରହିଛି।

Advertisment

[caption id="attachment_768580" align="aligncenter" width="650"]jungle ମାଥାଲୀରେ ଜଙ୍ଗଲ ପଦା ହୋଇଯାଇଛି।[/caption]

ସ୍ଥାନୀୟ ଲୋକେ ଛତିଶଗଡ଼ ଅଞ୍ଚଳବାସୀଙ୍କୁ ଏପରି ନ କରିବାକୁ ବାରଣ କରିଥିଲେ। ଏପରିକି ସେମାନେ ବର୍ଷ ବର୍ଷ ଧରି ଏହି ଜଙ୍ଗଲ ଜମି ଉପରେ ନିର୍ଭର କରି ଆସୁଥିବା କଥା କହିଥିଲେ। ମାତ୍ର ଛତିଶଗଡ଼ବାସୀ ଏହାକୁ ଖାତିର କରି ନ ଥିଲେ।  ଜଙ୍ଗଲ କାଟି ସେମାନେ ଜମି ପ୍ରସ୍ତୁତ କରିବା ପରେ ଏଠାରେ ଜନବସତି କରିବେ ବୋଲି ଜଣାଯାଇଛି । ଏପରିକି ଏହି ଅଞ୍ଚଳ ଛତିଶଗଡ଼ର ତେଣୁ ଆମେ ଜଙ୍ଗଲ କଟିଲୁ ବୋଲି ବି ମୁହଁତୋଡ଼ ଦେଖାଇବାକୁ ପଛାଇ ନାହାନ୍ତି।

ଖବର ପାଇ ମାଥିଲି ତହସିଲଦାର  ଓ  ବନବିଭାଗ ଅଧିକାରୀ  ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତେବେ ଏହି ଅଞ୍ଚଳ କାହାର ତାହାର  ତଦନ୍ତ ଆଜି ଦୁଇ ରାଜ୍ୟର ଅଧିକାରୀମାନେ ଉପସ୍ଥିତ ରହି ସୀମା ନିର୍ଦ୍ଧାରଣ କରିବେ ବୋଲି ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe