Advertisment

ମହାନଦୀରେ ୫୧୬ଟି ଡ୍ୟାମ୍ କରିଛି ଛତିଶଗଡ଼, ତଥାପି ଜଳପ୍ରବାହରେ ସୁଧାର ଆସିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ଏବେ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର ଆଜି ଏକ ନୂଆ ତଥ୍ୟ ଦେଇଛନ୍ତି । ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ୫୧୬ଟି ଚେକ୍ ଡ୍ୟାମ ନିର୍ମାଣ କରିଥିଲେ ମଧ୍ୟ ଅଣମୌସୁମୀ ସମୟରେ ତଳମୁଣ୍ଡରେ ଜଳପ୍ରବାହ ପରିମାଣରେ ସୁଧାର ଆସିଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଜି ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, […]

author-image
Ordigital Desk
ଅଦ୍ୟତନ ହୋଇଛି
ମହାନଦୀରେ ୫୧୬ଟି ଡ୍ୟାମ୍ କରିଛି ଛତିଶଗଡ଼, ତଥାପି ଜଳପ୍ରବାହରେ ସୁଧାର ଆସିଛି

dam

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ଏବେ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର ଆଜି ଏକ ନୂଆ ତଥ୍ୟ ଦେଇଛନ୍ତି । ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ୫୧୬ଟି ଚେକ୍ ଡ୍ୟାମ ନିର୍ମାଣ କରିଥିଲେ ମଧ୍ୟ ଅଣମୌସୁମୀ ସମୟରେ ତଳମୁଣ୍ଡରେ ଜଳପ୍ରବାହ ପରିମାଣରେ ସୁଧାର ଆସିଛି।

Advertisment

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଜି ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ମହାନଦୀରେ ଜଳପ୍ରବାହକୁ ରୋକିବା ପାଇଁ ଛତିଶଗଡ଼ ସରକାର ପାଖାପାଖି ୫୧୬ଟି ଚେକ୍ ଡ୍ୟାମ ନିର୍ମାଣ କରିଛନ୍ତି । ଏହାଦ୍ୱାରା ବାସ୍ତବରେ ଅଣମୌସୁମୀ ସମୟରେ ହୀରାକୁଦଠାରେ ମହାନଦୀକୁ ଜଳ ପ୍ରବାହନ କମିଛି । ମନ୍ତ୍ରୀ ଶ୍ରୀ ଦାସ ଏହାର ତୁଳନାତ୍ମକ ତଥ୍ୟ ଦେଇ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରକୁ ୨ମିଲିୟନ ଏକର ଫୁଟ ଅଣମୌସୁମୀ ଜଳ ପ୍ରବାହ ଆସିବାକୁ ଥିବାବେଳେ ୧୯୯୧-୨୨ରୁ ୨୦୦୪-୦୫ ମସିହା ମଧ୍ୟରେ ହାରାହାରି ୪% କମ୍ ଜଳ ଆସିଛି । ଅବଶ୍ୟ ୨୦୧୯-୨୦ ମସିହାରେ ଅଣମୌସୁମୀ ସମୟରେ ହୀରାକୁଦରୁ ଜଳପ୍ରବାହରେ ହାରାହାରି ୩% ଜଳପ୍ରବାହ କମିଛି ।

୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ହୀରାକୁଦକୁ ଅଣମୌସୁମୀ ସମୟରେ ୩୭% ଜଳପ୍ରବାହ କମିଥିବାବେଳେ ୨୦୧୬-୧୭ରେ ହାରାହାରି ୬୫%, ୨୦୧୭-୧୮ରେ ୬୧%, ୨୦୧୮-୧୯ରେ ୫୭% ଜଳପ୍ରବାହ କମିଛି । ମହାନଦୀରେ ଜଳପ୍ରବାହ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ୨୦୧୬ ମସିହାରେ ଆନ୍ତଃରାଜ୍ୟ ଜଳବିବାଦ ଆଇନ-୧୯୫୬ ଅନୁସାରେ ଏକ ବୈଧାନିକ ଅଭିଯୋଗ ଦାଖଲ କରିଛନ୍ତି ।

Advertisment

୨୦୧୮ ମାର୍ଚ୍ଚ ୧୨ରେ କେନ୍ଦ୍ର ସରକାର ମହାନଦୀ ଜଳବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏହି ମହାନଦୀ ଜଳବିବାଦରେ ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପକ୍ଷଭୁକ୍ତ ଅଛନ୍ତି। ମାତ୍ର କେନ୍ଦ୍ର ସରକାର ଏଥିରେ ପକ୍ଷଭୁକ୍ତ ହୋଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ।

Hirakud Dam Mahanadi River