Advertisment

ଚଉରା ପୂଜା କରୁଥିଲେ ମହିଳା, ଚେନ୍‌ ଝାମ୍ପି ନେଲା ଲୁଟେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ପରିସରରେ ଚଉରା ମୂଳେ ପୂଜା କରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ମହିଳା। ଲୁଟେରା ପୂରା ସନ୍ତର୍ପଣରେ ଆସି ତାଙ୍କ ବେକ୍‌ରୁ ଚେନ୍ ଟାଣି ନେଇଗଲା। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଆଉ ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ। ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ରହୁଥିବା ଜଣେ ମହିଳା ଗତ ସୋମବାର ଦିନ ତୁଳସୀ ଚଉରା ମୂଳେ ପୂଜା କରୁଥିଲେ। ଏହି ସମୟରେ ଲୁଟେରା ଜଣକ ତାଙ୍କ […]

ଅଦ୍ୟତନ ହୋଇଛି
ଚଉରା ପୂଜା କରୁଥିଲେ ମହିଳା, ଚେନ୍‌ ଝାମ୍ପି ନେଲା ଲୁଟେରା

bbsr

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ପରିସରରେ ଚଉରା ମୂଳେ ପୂଜା କରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ମହିଳା। ଲୁଟେରା ପୂରା ସନ୍ତର୍ପଣରେ ଆସି ତାଙ୍କ ବେକ୍‌ରୁ ଚେନ୍ ଟାଣି ନେଇଗଲା। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଆଉ ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ।

Advertisment

ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ରହୁଥିବା ଜଣେ ମହିଳା ଗତ ସୋମବାର ଦିନ ତୁଳସୀ ଚଉରା ମୂଳେ ପୂଜା କରୁଥିଲେ। ଏହି ସମୟରେ ଲୁଟେରା ଜଣକ ତାଙ୍କ ଘର ନିକଟରେ ବୁଲାବୁଲି କରୁଥିଲା। ସେ କିଛି ସମୟ ଏପଟେ ସେପଟ ଚାହିଁଥିଲା। ଉକ୍ତ ଘର ଆଖପାଖ ରାସ୍ତାରେ ସେତେବେଳେ ଆଉ କେହି ନ ଥିଲେ। ଏହାର ସୁଯୋଗ ନେଇ ଲୁଟେରା ଗେଟ୍‌ ବାହାରୁ ହାତ ବଢ଼ାଇ ତୁଳସୀ ଚଉରା ମୂଳେ ପୂଜା କରୁଥିବା ମହିଳାଙ୍କ ବେକରୁ ଚେନ୍‌ ଛିଣ୍ଡାଇ ଚମ୍ପଟ ମାରିଥିଲା।

ଘଟଣା ସମ୍ପର୍କରେ ମହିଳାଙ୍କ ପରିବାର ଲୋକେ ନୟାପଲ୍ଲୀରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସିସିଟିଭି ଆଧାର କରି ଘଟଣାର ତଦନ୍ତ କରୁଛି। କମିଶନରେଟ୍‌ ପୁଲିସ୍‌କୁ ଲୁଟେରାଙ୍କ ଏହା ଖୋଲା ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe