Advertisment

‘କରୋନା’ ମୁକାବିଲା ପାଇଁ ନିଯୁକ୍ତି ହେବେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ ରାଜ୍ୟ ସରକାର ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବ। ଏନେଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞାପନ ଦେଇଛି। ଏଥିରେ ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନରେ ଦୈନିକ ପାରିତୋଷିକ ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ […]

ଅଦ୍ୟତନ ହୋଇଛି
‘କରୋନା’ ମୁକାବିଲା ପାଇଁ ନିଯୁକ୍ତି ହେବେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ

medical-staff-in-odisha

Advertisment

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ ରାଜ୍ୟ ସରକାର ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବ। ଏନେଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞାପନ ଦେଇଛି। ଏଥିରେ ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି।

Advertisment

ଏହି ବିଜ୍ଞାପନରେ ଦୈନିକ ପାରିତୋଷିକ ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତର ଦୈନିକ ୫ ହଜାର, ମେଡିକାଲ ଅଫିସର ୩ ହଜାର, ଷ୍ଟାଫନର୍ସ, ଲ୍ୟାବ୍ ଟେକ୍ନିସିଆନ, ଫାର୍ମାସିଷ୍ଟ, ରେଡିଓଗ୍ରାଫର ପାଇଁ ଦୈନିକ ୧୦୦୦ ଟଙ୍କା ଏବଂ ଉଭୟ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟକର୍ମୀ ଦୈନିକ ୮୫୦ ଟଙ୍କା ପାରିତୋଷିକ ପ୍ରଦାନ କରାଯିବ।

publive-image

ଅବସରପ୍ରାପ୍ତ କର୍ମଚାରୀ ବି ପାରାମେଡିକାଲଷ୍ଟାଫ ହେବା ପାଇଁ ଆବେଦନ କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ବିଜ୍ଞାପନରେ ପ୍ରକାଶ କରିଛି।

Advertisment

ଅନ୍ୟପକ୍ଷରେ କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଆଗୁଆ ୪ ମାସର ଦରମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏପରିକି ସେବା ଓ ନିଷ୍ଠାପର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ମେଡିକାଲ୍‌ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାରୁ ପ୍ରକାଶ, ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ରୋଗୀ ଚିହ୍ନଟ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ସନ୍ଦିଗ୍ଧଙ୍କୁ ସଙ୍ଗରୋଧରେ ରଖିବାକୁ ମରାମର୍ଶ ଦିଆଯାଉଛି। ଅନ୍ୟପକ୍ଷରେ ବିଗୁଡ଼ୁଥିବା ସ୍ଥିତିକୁ ଦେଖି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏହା ସତ୍ତ୍ୱେ କେତେକ ଅସାମାଜିକ ବ୍ୟକ୍ତି ବିନା କାରଣରେ ଘରୁ ବହାରୁଛନ୍ତି। ଯେଉଁମାନଙ୍କ ପାଇଁ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe