naveen
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଜ୍ୱର ଓ ଥଣ୍ଡାରେ ପୀଡ଼ିତ ଥିବାରୁ ଆସନ୍ତା ଦୁଇଦିନ ପାଇଁ ତାଙ୍କର ସମସ୍ତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତକାଲି ରାତିରେ ଚେନ୍ନାଇରୁ ଫେରିବା ପରେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହୋଇଥିବା ଅନୁଭବ କରିଥିଲେ। ଆଜି ତାଙ୍କର ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା କରାଯାଇଛି। ଡାକ୍ତରମାନେ ତାଙ୍କୁ ଦୂର ସ୍ଥାନକୁ ଗସ୍ତ ନକରିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ସେ ସଚିବାଳୟସ୍ଥିତ ନିଜ ଅଫିସକୁ ନିୟମିତ ଆସିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଚେନ୍ନାଇ ଗସ୍ତରେ ଯାଇଥିଲେ। ବୁଧବାର ରାତିରେ ସେ ଭୁବନେଶ୍ୱର ଫେରିଛନ୍ତି। ଆସନ୍ତାକାଲି ସେ କଳାହାଣ୍ଡି ଗସ୍ତରେ ଯାଇ ‘କଳହାଣ୍ଡି କନକ୍ଲେଭ’କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/03/naveen-2.jpg)