Advertisment

କଟକରେ ପ୍ରତିଷ୍ଠା ହେବ ୩୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲ୍‌

କଟକ (ଓଡ଼ିଶା ରିପୋର୍ଟର): କଟକ ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩୦୦ ଶଯ୍ୟା ବିଶିଷ୍ଟ୍‌ ଏକ ଆୟୁର୍ବେଦ ବିଜ୍ଞାନ ମହାବିଦ୍ୟାଳୟ ଓ ଅନୁସନ୍ଧାନ ଚିକିତ୍ସାଳୟ ପ୍ରତିଷ୍ଠା କରାଯିବ। ଏହି ହସ୍ପିଟାଲରେ ୧୦୦ ପ୍ରକାର ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା ରହିବ। ୨୦୨୧ ମସିହାରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହା ଯାଇଛି। ଆୟୁର୍ବେଦ ଚିକିତ୍ସାଳୟ ପାଇଁ ଆଜି ଭୂମି ପୂଜନ ଉତ୍ସବ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ […]

author-image
Manoranjan Sial
ଅଦ୍ୟତନ ହୋଇଛି
କଟକରେ ପ୍ରତିଷ୍ଠା ହେବ ୩୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲ୍‌

cuttack

କଟକ (ଓଡ଼ିଶା ରିପୋର୍ଟର): କଟକ ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩୦୦ ଶଯ୍ୟା ବିଶିଷ୍ଟ୍‌ ଏକ ଆୟୁର୍ବେଦ ବିଜ୍ଞାନ ମହାବିଦ୍ୟାଳୟ ଓ ଅନୁସନ୍ଧାନ ଚିକିତ୍ସାଳୟ ପ୍ରତିଷ୍ଠା କରାଯିବ। ଏହି ହସ୍ପିଟାଲରେ ୧୦୦ ପ୍ରକାର ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା ରହିବ। ୨୦୨୧ ମସିହାରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହା ଯାଇଛି।

Advertisment

publive-imageଆୟୁର୍ବେଦ ଚିକିତ୍ସାଳୟ ପାଇଁ ଆଜି ଭୂମି ପୂଜନ ଉତ୍ସବ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ।

ଏହି ହସ୍ପିଟାଲରେ ୧୦୦ରୁ ଊର୍ଦ୍ଧ୍ୱ ଆୟୁର୍ବେଦ ଚିକିତ୍ସା, ସ୍ୱତନ୍ତ୍ର ଓପିଡି, ଚର୍ମ ଚିକିତ୍ସା, ନାଡି ପରୀକ୍ଷା ଆଦି ଚିକିତ୍ସା ସୁବିଧା ରହିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Advertisment