/odisha-reporter/media/post_attachments/uploads/2021/04/Naveen-patnaik.jpg)
Naveen-patnaik
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ । ବାତ୍ୟା ୟସ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁକାବିଲା ଲାଗି କିଭଳି ପ୍ରସ୍ତୁତି ହୋଇଛି, ସେ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷକରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଶୁଖିଲା ଖାଦ୍ୟ ମହଜୁଦ ରଖିବା ଏବଂ ଆବଶ୍ୟକ ପଡ଼ିଲେ ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା ୟାସ୍ ସମ୍ବନ୍ଧୀୟ ଲାଇଭ୍ ଅପଡେଟ୍ ପାଇଁ କ୍ଲିକ କରନ୍ତୁ
ସେହିଭଳି ବାତ୍ୟାରେ ଯେପରି ସବୁଠୁ କମ୍ କ୍ଷୟକ୍ଷତି ହୁଏ, ତାହା ମଧ୍ୟ ନିଶ୍ଚିତ କରିବା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଛି । ସମସ୍ତ ବିଭାଗ ନିଜ ନିଜର ଦାୟିତ୍ୱ ଠିକ ଭାବେ ତୁଲାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍ଆରସି ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଯୋଗ ଦେଇଥିଲେ ।
ସମ୍ଭାବ୍ୟ ବାତ୍ୟା ୟସ ପାଇଁ ରାଜ୍ୟରେ ୬୬ଟି ଓଡ୍ରାଫ୍, ୨୨ଟି ଏନଡିଆରଏଫ, ୧୭୭ଟି ଫାୟାର ସର୍ଭିସ ଟିମ୍ ମୁତୟନ କରାଯିବ। ସେପଟେ ରାଜ୍ୟ ବାହାରକୁ ହେଉଥିବା ଅକ୍ସିଜେନ୍ ଯୋଗାଣ ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ତା ଉପରେ ମଧ୍ୟ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
