Advertisment

‘ବିଦ୍ୟୁତ୍‌ କାଟ କରନି, ଜାରି ରଖ ନିରବଚ୍ଛିନ୍ନ ଯୋଗାଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ରାଜ୍ୟରେ ଜାରି ରଖ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ । ଦିନ ବେଳା ବିଦ୍ୟୁତ୍ କାଟ୍ କର ନାହିଁ।’  ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନିଗୁଡ଼ିକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ  ବିଦ୍ୟୁତ୍‌ କାଟ୍ ସମସ୍ୟା ଦେଖାଦେଇଥିବା ବେଳେ ଆଜି ଏହାର ସମୀକ୍ଷା  କରି ଏପରି ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟ ଶାସନ ସଚିବ।  ଏଥିନିମନ୍ତେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଆୟୋଜିତ […]

ଅଦ୍ୟତନ ହୋଇଛି
ମୁଖ୍ୟ ସଚିବଙ୍କୁ କେନ୍ଦ୍ରର ତାଗିଦ୍‌: ସାଂସଦ-ବିଧାୟକଙ୍କୁ ଉଚିତ୍ ସମ୍ମାନ ଦିଅ

suresh-mohapatra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ରାଜ୍ୟରେ ଜାରି ରଖ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ । ଦିନ ବେଳା ବିଦ୍ୟୁତ୍ କାଟ୍ କର ନାହିଁ।’  ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନିଗୁଡ଼ିକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Advertisment

ରାଜ୍ୟରେ  ବିଦ୍ୟୁତ୍‌ କାଟ୍ ସମସ୍ୟା ଦେଖାଦେଇଥିବା ବେଳେ ଆଜି ଏହାର ସମୀକ୍ଷା  କରି ଏପରି ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟ ଶାସନ ସଚିବ।  ଏଥିନିମନ୍ତେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଆୟୋଜିତ ହୋଇଥିଲା ବୈଠକ ।  ବୈଠକ ପରେ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । 

ଖରା ତାତି ବୃଦ୍ଧି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକୁ ମୁଖ୍ୟ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥାକୁ କୋଇଲା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

Advertisment

ଏନଟିପିସି ଦର୍ଲିପାଲି ପାଓ୍ୱାର ଷ୍ଟେସନରେ ବିଦ୍ୟୁତ୍‌  ଉତ୍ପାଦନ ବାଧାପ୍ରାପ୍ତ ହେବା ପରେ ବିଦ୍ୟୁତ୍‌  ଶକ୍ତିର ଅଭାବ ଦେଖାଦେଇଛି । ଆବଶ୍ୟକ ବିଦ୍ୟୁତ୍‌ ଉତ୍ପାଦନ ହେଉ ନଥିବାରୁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେଣୁ ତୁରନ୍ତ ଏହି ଷ୍ଟେସନର ମରାମତି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଅଧିକ ବିଦ୍ୟୁତ ଉତ୍ପାଦନ କରିବାକୁ ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀଗୁଡ଼ିକୁ ପରାମର୍ଶ ଦିଆଯିବା ସହ ପର୍ଯ୍ୟପ୍ତ ପରିମାଣର ଭଲ କୋଇଲା ଯୋଗାଣ ପାଇଁ IPPକୁ କୁହାଯାଇଛି।

ରାଜ୍ୟରେ ଏବେ ସମୁଦାୟ ପ୍ରାୟ ୪ ଭାଗରୁ ଭାଗେ ଜଳ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁଛି। ରାଜ୍ୟରେ ମୋଟ ଜଳ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାଓ୍ୱାଟ୍ ଥିବାବେଳେ  ୭ଟି ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ଏବେ ମାତ୍ର ୫ ଶହ ୫୬ ମେଗାଓ୍ୱାଟ୍ ଉତ୍ପାତିତ ହେଉଛି ।

ଏବେ ସମଗ୍ର ରାଜ୍ୟ ତାତିରେ କଲବଲ ହେଉଥିବା ବେଳେ ବିଦ୍ୟୁତ୍‌ ଚାହିଦା ବଢ଼ିବାରେ ଲାଗିଛି  ପିକ୍ ଆଓ୍ୱାରରେ ରାଜ୍ୟରେ ବିଦ୍ୟୁତ୍‌ ଚାହିଦା ପୂର୍ବ ତୁଳନାରେ ୧୦% ବୃଦ୍ଧି ପାଇଛି । ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ବିଦ୍ୟୁତ୍‌  ଚାହିଦା ୫ ହଜାର ୨ଶହ ମେଗାଓ୍ୱାଟରୁ ୫ ହଜାର ୪ଶହ ମଧ୍ୟରେ ରହୁଛି । ତେବେ ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୪ ହଜାର ୮ଶହ ମେଗାଓ୍ୱାଟ ରହିଛି । ବିଦ୍ୟୁତ୍‌ ଉତ୍ପାଦନ କମ ରହୁଥିବାରୁ ଏଭଳି ସ୍ଥିତି ଦେଖାଦେଇଛି । ତେଣୁ ଏହାର ସମାଧାନ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  ।

Electricity Deficiency
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe