Advertisment

ଆମେ ପ୍ରସ୍ତୁତ ଅଛୁ, ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଅମ୍ଫାନ ପାଇଁ ପ୍ରସ୍ତୁତି ଓ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ଏହି ସମୀକ୍ଷା କରିଛନ୍ତି। ଏତଦ୍‌ ବ୍ୟତୀତ ସେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ସେ ଏହି ସମୀକ୍ଷା ପରେ କହିଥିଲେ, ଆମେ ଏଥରର ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ଭଲ ପ୍ରସ୍ତୁତି କରିଛୁ। ପ୍ରସ୍ତୁତି କରିଛୁ, ତେଣୁ କିଛି ଅସୁବିଧା ହେବନି ବୋଲି ସେ […]

ଅଦ୍ୟତନ ହୋଇଛି
ଆମେ ପ୍ରସ୍ତୁତ ଅଛୁ, ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ: ମୁଖ୍ୟ ଶାସନ ସଚିବ

Mukhya-shasan-sachiba

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଅମ୍ଫାନ ପାଇଁ ପ୍ରସ୍ତୁତି ଓ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ଏହି ସମୀକ୍ଷା କରିଛନ୍ତି। ଏତଦ୍‌ ବ୍ୟତୀତ ସେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି।

Advertisment

ସେ ଏହି ସମୀକ୍ଷା ପରେ କହିଥିଲେ, ଆମେ ଏଥରର ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ଭଲ ପ୍ରସ୍ତୁତି କରିଛୁ। ପ୍ରସ୍ତୁତି କରିଛୁ, ତେଣୁ କିଛି ଅସୁବିଧା ହେବନି ବୋଲି ସେ କହିଛନ୍ତି।

ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଅଞ୍ଚଳମାନଙ୍କରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରହିଛି ବୋଲି ସେ ପ୍ରତିକ୍ରିୟା ଦେଇ କହିଛନ୍ତି। ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଥିବା ସେ କହିଛନ୍ତି।

Advertisment

ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପାଇଁ ଉଦ୍ଧାରକାରୀ ଦଳ ପହଞ୍ଚିସାରିଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ବିଦ୍ୟୁତସେବା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ନେଇ ସେ କହିଛନ୍ତି, ସମ୍ଭାବ୍ୟ ବିଦ୍ୟୁତ କ୍ଷତିର ମୁକାବିଲା ପାଇଁ ପ୍ରସ୍ତୁତି କରିଛୁ। ବିଭିନ୍ନ ସ୍ଥାନକୁ ଷ୍ଟାଫ ଏବଂ ବିଦ୍ୟୁତ ଉପକରଣ ପଠାଯାଇଛି। ପ୍ରଭାବିତ ଅଞ୍ଚଳକୁ ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe