‘ବାତ୍ୟା ପାଇଁ ପ୍ରସ୍ତୁତ ଥିଲୁ, ଏମିତି ବର୍ଷିବ ଜଣା ନ ଥିଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଚକ୍‌ମା ଦେଲା ବର୍ଷା । ଏମିତି ବର୍ଷିବ ବୋଲି ସରକାର ଆକଳନ କରିପାରି ନ ଥିବା ନିଜେ ସ୍ୱୀକାର କରିଛନ୍ତି । ତେବେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାଗୁଡିକରେ ବର୍ଷା ଓ ବନ୍ୟା ସ୍ଥିତି ସଙ୍ଗିନ ହେବା ପରେ ଆଜି ସଚିବାଳୟରେ ବସିଥିଲା ଘନଘନ ବୈଠକ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ସମୀକ୍ଷା କରିବା ପରେ ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ […]

v6

Mihir Pattnayak
  • Published: Friday, 12 October 2018
  • , Updated: 12 October 2018, 08:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଚକ୍‌ମା ଦେଲା ବର୍ଷା । ଏମିତି ବର୍ଷିବ ବୋଲି ସରକାର ଆକଳନ କରିପାରି ନ ଥିବା ନିଜେ ସ୍ୱୀକାର କରିଛନ୍ତି । ତେବେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାଗୁଡିକରେ ବର୍ଷା ଓ ବନ୍ୟା ସ୍ଥିତି ସଙ୍ଗିନ ହେବା ପରେ ଆଜି ସଚିବାଳୟରେ ବସିଥିଲା ଘନଘନ ବୈଠକ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ସମୀକ୍ଷା କରିବା ପରେ ୩ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ କରି ସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମର ଆସିକା ଓ ପୁରୁଷତ୍ତମପୁରରେ ସ୍ଥିତି ଅତି ଖରାପ ଥିବାରୁ ରିଲିଫ୍ ଓ ଉଦ୍ଧାର କାମ ପାଇଁ ନ୍ୟାଭିର ସହୟତା ଲୋଡ଼ାଯାଇଛି ।

ସରକାରଙ୍କ ଫୋକସ୍‌ରେ ରହିଛି, ବିଦ୍ୟୁତ ଯୋଗାଣକୁ ସ୍ବାଭାବିକ କରିବା,  ରାସ୍ତା ମରାମତି, ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ।  ତେବେ ବନ୍ୟା ଛାଡ଼ିବା ପରେ ଫସଲ ଓ ଘରଦ୍ୱାର କେତେ କ୍ଷତି ହୋଇଛି ତାର ଆକଳନ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପାଢୀ।

ସେପଟେ ବର୍ଷା ମୁକାବିଲା ଲାଗି ସରକାର ଆଦୌ ପ୍ରସ୍ତୁତ ନ ଥିବା କହି ବର୍ଷିଛନ୍ତି ବିରୋଧୀ । ବାତ୍ୟା ପରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଥିଲା । ଏପରିକି ବାତ୍ୟା ପରେ ବନ୍ୟା ଆସିଥାଏ ଓ ସେ ନେଇ ପ୍ରସ୍ତୁତି କରିବାକୁ ଏସ୍ଆରସି ୯ ତାରିଖରୁ ସବୁ ଜିଲ୍ଲାପାଳଙ୍କୁ କହିଥିଲେ । ତାସତ୍ୱେ ବି ଉଦ୍ଧାର କାର୍ଯ୍ୟରେ ବିଳମ୍ବକୁ ନେଇ ସରକାରଙ୍କୁ ବିରୋଧୀ କାଠଗଡ଼ାରେ ଠିଆ କରିଛନ୍ତି।

Related story