aias meet cm
ଭୁବନେଶ୍ୱର: ଚିକିତ୍ସା ପାଇଁ ଦୂରାରୋଗ୍ୟରେ ପୀଡିତା ଐଶ୍ୱର୍ଯ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଗତକାଲି ପିତା ଆର୍ଯ୍ୟବ୍ରତ ତାଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଐଶ୍ୱର୍ଯ୍ୟା ଗତ ୩ବର୍ଷ ଧରି ମଲ୍ଟିପୁଲ୍ ସ୍କ୍ଲେରୋସିସ୍ ରୋଗରେ ପୀଡିତ ଅଛନ୍ତି। ସେ ଏବେ ଚଲାବୁଲା କରିପାରୁନଥିବାବେଳେ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ଝିଅର ଚିକିତ୍ସା ପାଇଁ ପ୍ରାୟ ୧୦ଲକ୍ଷ ଟଙ୍କ। ଖର୍ଚ୍ଚ କରିସାରିଥିଲେ ମଧ୍ୟ ଚିକିତ୍ସା ଅଧାରେ ରହିଯାଇଥିବା କହିଛନ୍ତି ତାଙ୍କ ପିତା। ପେଶାରେ ଜଣେ ଅଣ୍ଡା ବ୍ୟବସାୟୀ ପିତା ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଐଶର୍ଯ୍ୟାଙ୍କୁ ଭଲ କରିବାପାଇଁ ସମସ୍ତ ସାହାଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/vlcsnap-2015-05-26-07h57m32s953.png)