Advertisment

କୁନି ବୟସରେ ନିଖୁଣ ଚିତ୍ରକର

କଟକ (ଓଡ଼ିଶା ରିପୋର୍ଟର):  ଦୃଢ ଇଚ୍ଛାଶକ୍ତି ଥିଲେ ପ୍ରତିବନ୍ଧକ ବାଧା ହେବନି । ଅର୍ଥର ଅଭାବ ହେଉ ବା ସୁବିଧା ସୁଯୋଗର, ପ୍ରତିଭାର ବିକାଶ ନିଶ୍ଚୟ ହେବ। ଏହି କଥାକୁ ପ୍ରମାଣ କରିପାରିଛନ୍ତି କୁନି ଝିଅଟିଏ। ନାଁ ତାଙ୍କର ସାରା କର୍ମକାର। ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଯାଉଛନ୍ତି, ତଥାପି ତାଙ୍କର ଇଚ୍ଛାଶକ୍ତି ଓ ନିଷ୍ଠା ପାଇଁ ତାଙ୍କର ପ୍ରତିଭା ଆଜି ପ୍ରସ୍ପୁଟିତ ହେଉଛି। ପାଠ ପଢାଠାରୁ ଆରମ୍ଭ କରି ଚିତ୍ରାଙ୍କନ ସବୁଥିରେ ହୋଇ ପାରିଛନ୍ତି ସାନା […]

କୁନି ବୟସରେ ନିଖୁଣ ଚିତ୍ରକର

j1

Advertisment

କଟକ (ଓଡ଼ିଶା ରିପୋର୍ଟର):  ଦୃଢ ଇଚ୍ଛାଶକ୍ତି ଥିଲେ ପ୍ରତିବନ୍ଧକ ବାଧା ହେବନି । ଅର୍ଥର ଅଭାବ ହେଉ ବା ସୁବିଧା ସୁଯୋଗର, ପ୍ରତିଭାର ବିକାଶ ନିଶ୍ଚୟ ହେବ। ଏହି କଥାକୁ ପ୍ରମାଣ କରିପାରିଛନ୍ତି କୁନି ଝିଅଟିଏ। ନାଁ ତାଙ୍କର ସାରା କର୍ମକାର। ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଯାଉଛନ୍ତି, ତଥାପି ତାଙ୍କର ଇଚ୍ଛାଶକ୍ତି ଓ ନିଷ୍ଠା ପାଇଁ ତାଙ୍କର ପ୍ରତିଭା ଆଜି ପ୍ରସ୍ପୁଟିତ ହେଉଛି। ପାଠ ପଢାଠାରୁ ଆରମ୍ଭ କରି ଚିତ୍ରାଙ୍କନ ସବୁଥିରେ ହୋଇ ପାରିଛନ୍ତି ସାନା ପ୍ରଥମ ।
publive-image

Advertisment

ମହାତ୍ମା ଗାନ୍ଧୀ ହୁଅନ୍ତୁ କି ସୁବାସ ବୋଷ, ଅମିତାଭ ବଚ୍ଚନ କିମ୍ବା ଅଭିନେତ୍ରୀ କାଜଲ, ସମସ୍ତଙ୍କ ଅବିକଳ ଚିତ୍ରକୁ କାନ୍‌ଭାସ୍‌ରେ ନିଖୁଣ ଭାବେ ତୋଳି ଧରୁଛନ୍ତି ସାନା । ୧୩ ବର୍ଷୀୟ ଏହି କୁନି ପ୍ରତିଭା ପିଲାଟି ବେଳୁ ଚିତ୍ରକଳାରେ ରୁଚି ରଖିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଅନୁଷ୍ଠିତ ଅନେକ ଚିତ୍ରାଙ୍କନ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି।

publive-image

ସାନାଙ୍କର ଏପରି ପ୍ରତିଭା ଦେଖି ବାପା-ମା’ ମଧ୍ୟ ଲାଗି ପଡ଼ିଛନ୍ତି। ଆର୍ଥିକ ଅନଟନ ସତ୍ତ୍ୱେ ସାନାଙ୍କୁ ପ୍ରୋତ୍ସାହନ ଯୋଗେଇଦେବା ପାଇଁ ଧାର କରଜ୍ କରିବାକୁ ପଛେଇ ନାହାନ୍ତି ।

Advertisment

publive-image

ବଳ ଚିତ୍ର କଳା ନୁହେଁ, ସାନା ପାଠପଢ଼ାରେ ମଧ୍ୟ ପ୍ରଥମ । ଏବେ କାଜି ବଜାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ । ଶିଶୁ ଦିବସରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ସାନା ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପରେ ସ୍କୁଲରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ସେ ଦିନେ ନା ଦିନେ ଜଣେ ଜାତୀୟ ସ୍ତରର ଚିତ୍ରଶିଳ୍ପୀ ହୋଇ ଦେଶର ନାଁ ରଖିବେ ବୋଲି କହିଛନ୍ତି ସାନାଙ୍କ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ମଲ୍ଲିକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe