Advertisment

ନିଖୋଜ ନାବାଳକଙ୍କ ମୃତଦେହ କୂଅରୁ ଉଦ୍ଧାର

ଗତକାଲି ଖେଳିବାକୁ ଯାଇ ନିଖୋଜ ଥିଲେ ନାବାଳକ

author-image
Tapaswini Nayak
Khordha

Khordha

ଗତକାଲି ଖେଳିବାକୁ ଯାଇ ନିଖୋଜ ଥିଲେ ନାବାଳକ। ଆଜି ଘର ପାଖ କୂଅରୁ ନାବଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୁବୁସାହିରେ। ମୃତ ନାବାଳଳ ଜଣଙ୍କ ହେଲେ ଦିବ୍ୟଜ୍ୟୋତି ବେହେରା। ଦିବ୍ୟଜ୍ୟୋତି ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ।

Advertisment

ଗତକାଲି ଦିବ୍ୟଜ୍ୟୋତି ଗାଁ ନିକଟକୁ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଅଧିକ ରାତି ହେବାରୁ ପୁଅ ଘରକୁ ନଫେରିବାରୁ ପରିବାର ଲୋକେ ପୁଅକୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ପୁଅର ମୃତଦେହ ଘର ନିକଟରେ ଥିବା କୂଅରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅରୁ ପୁଅର ମୃତଦେହ ଉଦ୍ଧାର କରିଥିଲେ। ଦିବ୍ୟଜ୍ୟୋତିଙ୍କୁ ହତ୍ୟା କରାଯାଇଛି ନା ସେ କୂଅରେ ପଡ଼ିଯାଇଛନ୍ତି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। 

Missing Child